ଘନ କୁହୁଡ଼ି ଚାଦର ତଳେ କେନ୍ଦୁଝର, ଯାନବାହାନ ଚଳାଚଳରେ ବ୍ୟାଘାତ
20/01/2023 at 9:35 AM

ପାଟଣା ୨୦/୦୧: ଘନ କୁହୁଡ଼ିର ଚାଦର ତଳେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ । ବିଶେଷ କରି ପାଟଣା ବ୍ଳକ ଓ ସାହାରପଡ଼ାର ବ୍ଳକର ବିଭିନ୍ନ ଅଞ୍ଚଳରେ ଆଜି ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।
୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଓ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା, ସାହାରପଡ଼ା ଅଞ୍ଚଳରେ ଆଜି ସକାଳୁ ସକାଳୁ ଘନ କୁହୁଡ଼ି ର ଆସ୍ତରଣ ଯୋଗୁଁ ଦୃଶ୍ୟମାନ ହେଉନାହିଁ ଫଳରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଦୂରସ୍ଥାନକୁ ଯାଉଥିବା ଭାରିଯାନ ଅନେକ ଜାଗାରେ ଅଟକି ରହିଥିଲା ।
ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଦୂରତାରେ କିଛି ଦେଖାଯାଇ ନଥିବାରୁ ପ୍ରାତଃଭ୍ରମଣ କରୁଥିବା ଲୋକଙ୍କ ସହିତ ନିଜ କାମ ପାଇଁ ବାହାରକୁ ଯାଉଥିବା ଲୋକେ ମଧ୍ୟ ଅସୁବିଧା ଭୋଗ କରିଥିଲେ । କୁହୁଡ଼ି ଯୋଗୁଁ ଚା ଦୋକାନରେ ସକାଳୁ ଅଧିକ ଭିଡ଼ ପରିଲକ୍ଷିତ ହୋଇଥିଲା ।