କୁହୁଡି ପାଇଁ ଜନଜୀବନ ଅସ୍ତବ୍ୟସ୍ତ, ଯାତାୟତ ବାଧାପ୍ରାପ୍ତ
14/01/2023 at 8:16 AM

ନୀଳଗିରି ୧୪/୦୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଆଜକୁ ଦୁଇଦିନ ଧରି କୁହୁଡି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାତିସାରା କୁହୁଡିର ପ୍ରଭାବ ଥିବାବେଳେ ଆଜି ସକାଳେ ମଧ୍ୟ ପ୍ରବଳ କୁହୁଡି ଦେଖିବାକୁ ମିଳିଥିଲା ।
ସେରଗଡ଼-ଉଦଳା ରାଜ୍ୟ ରାଜପଥ, ନୀଳଗିରି-ମିତ୍ରପୁର ରାସ୍ତା, ସଜନାଗଡ଼-ଅଯୋଧ୍ୟା ରାସ୍ତା, ଗୋହିରା-ଆରବନ୍ଦ ରାସ୍ତା, ରେମୁଣା -ମିତ୍ରପୁର ଦେଇ ଉଦଳା ରାସ୍ତାରେ ଯାନବାହାନ ଯିବା ଆସିବାରେ ବ୍ୟାଘାତ ସୃଷ୍ଟିହୋଇଛି । ଥଣ୍ଡାର ପ୍ରଭାବ ଅଳ୍ପ କମିଥିବା ବେଳେ ଘନ କୁହୁଡି ପାଇଁ ଅଞ୍ଚଳବାସୀ ବେଶ ଅସୁବିଧାରେ ପଡିଥିବା ଜଣାପଡିଛି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023