କୁହୁଡିର ଚାଦର ତଳେ ଝାରସୁଗୁଡା, ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ

Published By : Prameya-News7 Bureau | October 26, 2022 IST

ଝାରସୁଗୁଡା ୨୫/୧୦: ଝାରସୁଗୁଡ଼ାରେ ଘନ କୁହୁଡିର ଆସ୍ତରଣ । ଫଳର ଜନଜୀବନ ବାଧାପ୍ରାପ୍ତ ହୋଇଛି । ଦିପାବଳୀ ଶେଷ ହେବା ପରେ ଆଜି ସକାଳୁ ଚାରିଆଡ଼େ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ସକାଳୁ ସକାଳୁ କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଜାତୀୟ ରାଜପଥରେ ଯାନବାହାନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିଲା ।

ସକାଳ ୯ଟା ପର୍ଯ୍ୟନ୍ତ ଚାରିଆଡ଼େ କୁହୁଡ଼ି ଲାଗି ରହିଥିଲା । ଜାତୀୟ ରାଜପଥରେ ଗାଡି ଚାଳକଙ୍କୁ ଲାଇଟ୍ ଲଗାଇ ଗାଡି ଚଳାଉଥିବା ଦେଖାଯାଇଥିଲା । ଚଳିତ ବର୍ଷ ଏଭଳି କୁହୁଡ଼ି ପ୍ରଥମ ଥର ପାଇଁ ଦେଖାଯାଇଛି । ଦିପାବଳୀ ପରେ ଏତେ ପରିମାଣର କୁହୁଡ଼ି ଦେଖି ଦିଲ୍ଲୀ ଭଳି ଝାରସୁଗୁଡାରେ ମଧ୍ୟ ବାଣ ଫୁଟାଇବା ଯୋଗୁଁ ପ୍ରଦୂଷଣର ମାତ୍ରା ଅଧିକ ବଢ଼ିଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.