କୁହୁଡି ନେଇ ଏସ୍‌ଆରସି ଜାରି କଲେ ସତର୍କ ସୂଚନା, ଓଡ଼ିଶାର ୯ ଜିଲ୍ଲାରେ ଦେଖାଯିବ ଘନ କୁହୁଡ଼ି

Published By : Prameya-News7 Bureau | January 20, 2023 IST

ଭୁବନେଶ୍ୱର,୨୦/୦୧: ୨୦ ଜାନୁୟାରୀରୁ ରାଜ୍ୟର ୯ଟି ଜିଲ୍ଲାରେ ଘନ କୁହୁଡ଼ି ନେଇ ଜାରି ହୋଇଛି ସତର୍କତା । ଏଥିପାଇଁ ଗୁରୁବାର ରାତିରୁ ଆରମ୍ଭ ହୋଇଯାଇଥିଲା କୁହୁଡ଼ିର ପ୍ରଭାବ । ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି ।

ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) । ଏ ନେଇ ସମସ୍ତ ଜିଲ୍ଲାପାଳ ଓ ଏସପିମାନଙ୍କୁ ଆବଶ୍ୟକ ପଦକ୍ଷେପ ସହ ସଜାଗ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ ।

ବିଶେଷ କରି ଘନ କୁହୁଡି ସମୟରେ ଜାତୀୟ ରାଜପଥଗୁଡିକରେ ସଡ଼କ ଦୁର୍ଘଟଣାର ସମ୍ଭାବନା ରହିଛି । ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.