ଘନ କୁହୁଡି ହେଲା କାଳ, ଦୁର୍ଘଟଣାରେ ୬ମୃତ ୫୦ଆହତ
19/12/2022 at 1:01 PM

ଲକ୍ଷ୍ନୌ: ଜାତୀୟ ରାଜପଥରେ କାଳ ହେଉଛି ଘନ କୁହୁଡି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କ ଜୀବନ । ୫୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉତ୍ତର ପ୍ରଦେଶରେ ଘଟିଛି ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ।
ଉତ୍ତର ପ୍ରଦେଶରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହିତ କୁହୁଡ଼ିର ଆସ୍ତରଣରେ ରାତିରେ ଦୃଶ୍ୟମାନ ହ୍ରାସ୍ ପାଉଛି । ଫଳରେ ଏକ୍ସପ୍ରେସ୍ ହାଇ-ଓ୍ବେ ଓ ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା । ସୋମବାର ଉତ୍ତର ପ୍ରଦେଶର ପୃଥକ ପୃଥକ ସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୬ଜଣଙ୍କ ଜୀବନ ଯାଇଛି । ସେହିପରି ୫୦କୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ହାଇ-ଓ୍ବେରେ ଔରିଆ ନିକଟରେ ବସ୍ ସହିତ ଟ୍ରକ୍ ମୁହାଁମୁହିଁ ଧକା ହୋଇଥିଲା । ଏଥିରେ ଡ୍ରାଇଭରଙ୍କ ସହିତ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । କୁହୁଡି ଯୋଗୁ ରାସ୍ତା ଦେଖା ନଯିବାରୁ ଟ୍ରକ୍ ବସକୁ ପିଟିଥିଲେ । ସେହିପରି କାନପୁର ବିହ୍ଲୋରରେ ରୋଡ୍ ଓ୍ବେଜ୍ ଦୁର୍ଘଟଣା ଯୋଗୁ ୧୮ଜଣ ଆହତକ ହୋଇଥିବା ବେଳେ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି । କନୌଜରେ ଚିବରାମାଉରେ ଟିପ୍ପର ବୋଲରୋକୁ ଧକା ଦେବା ଫଳରେ ୭ଜଣ ଛାତ୍ର ଆହତ ହୋଇଛନ୍ତି । ସେହିପରି ଆକବରପୁରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଉନ୍ନବରେ ମଧ୍ୟ ସମାନ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଛନ୍ତି । ୟୁପି ପୋଲିସ ଓ ଉଦ୍ଧାରକାରୀ ଦଳ ବିଭିନ୍ନ ସ୍ଥାନରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଯାଉଛି ।