LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରଥମେ ନିର୍ବାଚନ ଜିତିବା ଉପରେ ଧ୍ୟାନ ଦିଅନ୍ତୁ, ବିରୋଧୀଙ୍କ ପିଏମ ଚେହେରା ଉପରେ ଖଡଗେଙ୍କୁ ଅବଦୁଲ୍ଲାଙ୍କ ପରାମର୍ଶ

1/03/2023 at 10:09 PM

ଚେନ୍ନାଇ: ପ୍ରଥମେ ନିର୍ବାଚନ ତ ଜିତିନ୍ତୁ। ତା ପରେ ପ୍ରଧାନମନ୍ତ୍ରୀ ଚେହେରା ଉପରେ ବିଚାର କରାଯିବ ବୋଲି କଂଗ୍ରେସକୁ ଏମିତି ପରାମର୍ଶ ଦେଇଛନ୍ତି ନ୍ୟାସନାଲ କନଫରେନ୍ସ(ଏନସି)ର ନେତା ଫାରୁକ ଅବଦୁଲ୍ଲା। ସେ କଂଗ୍ରେସକୁ କହିଛନ୍ତି ଯେ, ପ୍ରଥମେ ନିର୍ବାଚନ ଜିତିବା ଉପରେ  ଧ୍ୟାନ ଦିଅନ୍ତୁ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ୭୦ତମ ଜନ୍ମଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅବଦୁଲ୍ଲା ଏହି ବୟାନ ଦେଇଛନ୍ତି। ଜନ୍ମଦିନ ସମାରୋହ କାର୍ଯ୍ୟକ୍ରମରେ ଫାରୁକ ଅବଦୁଲ୍ଲାଙ୍କ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ରାଷ୍ଟ୍ରୀୟ ଜନତା ଦଳର ତେଜସ୍ଵୀ ଯାଦବ ଆଦି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଫାରୁକ ଅବଦୁଲ୍ଲା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତାହା ଭୁଲି ଯିବାକୁ କହିଥିଲେ। ସେ କହିଛନ୍ତି ଭାରତ ସଂପ୍ରତି କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗଣତନ୍ତ୍ର ଓ ସମ୍ବିଧାନ ବିପଦରେ ପଡିଛି।

ଶ୍ରୀନଗର ଏବଂ ତାମିଲନାଡୁ ମଧ୍ୟରେ ସାଧାରଣ କଥା  କଣ ?  ପରିବେଶ, ଖାଦ୍ୟ ଏବଂ ଭାଷା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ତେବେ ଆମ ମାନଙ୍କ ପାଇଁ ସବୁଠୁ ସାଧାରଣ କଥା ହେଉଛି ଏକାଠି ରହିବା ଏବଂ ଏକ ସୁଦୃଢ ଭାରତ ଗଠନ ପାଇଁ କାମ କରିବା ଉଚିତ୍ ବୋଲି ଏନସି  ନେତା କହିଛନ୍ତି।

ଆପଣ ଯେମିତି ରାଜ୍ୟକୁ ଗଢିଛନ୍ତି ଠିକ୍ ସେହିପରି ଦେଶ ଗଠନ ପାଇଁ  ଜାତୀୟ ପରିଦୃଶ୍ୟକୁ  ଆସିବା ଉଚିତ୍ ବୋଲି ଷ୍ଟାଲିନଙ୍କୁ ଅପିଲ୍ କରିଛନ୍ତି ଫାରୁକ ଅବଦୁଲ୍ଲା।  ଜଣେ ପିତାଙ୍କ ଗର୍ବିତ  ସନ୍ତାନ ହେଉଛନ୍ତି ଷ୍ଟାଲିନ। ଏବେ ଆହୁରି କିଛି କରିବାକୁ ବାକି ରହିଛି। କେବଳ ତାମିଲନାଡୁ ପାଇଁ ନୁହେଁ ଦେଶ ପାଇଁ ବହୁତ କମା କରିବାକୁ ବାକି ରହିଥିବା ଅବଦୁଲ୍ଲା କହିଛନ୍ତି।

ଭାରତର ଜନତା ହିଁ ଏହି ଦେଶକୁ ଗଠନ କରିଛନ୍ତି। ଏହା ଆର୍ମି କିମ୍ବା ନେଭିଙ୍କ ପାଇଁ ନୁହେଁ। ତେଣୁ ଏକାଠି ଆସନ୍ତୁ ଏବଂ ସଦ୍ଭାବର ସହ କାମ କରିବା ବୋଲି ସେ କହିଛନ୍ତି। ଫାରୁକ ଅବଦୁଲ୍ଲାଙ୍କ ଟିପ୍ପଣୀର ପ୍ରତିକ୍ରିୟା ଦେଇ ଖଗଡେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ସେ ଏହା କହି ନାହାନ୍ତି ଯେ, ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଏବଂ କିଏ ପ୍ରଧାନମନ୍ତ୍ରୀ ହେବ। ସମଭାବପନ୍ନ ପାର୍ଟି ଏକାଠି ଆସି ମୋଦୀ ସରକାର ବିରୋଧରେ ଲଢେଇ କରିବା ହିଁ ଆମର ଏକମାତ୍ର ଇଚ୍ଛା ବୋଲି ଖଡଗେ  କହିଛନ୍ତି।

   Related Posts