scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଧ୍ୟରାତ୍ରି ପର୍ଯ୍ୟନ୍ତ ହୋଇପାରିବ F&O ଟ୍ରେଡିଂ ! ସମୟ ବଢ଼ାଇବାକୁ NSEର ଯୋଜନା

25/09/2023 at 5:09 PM

ନୂଆଦିଲ୍ଲୀ: ଦେଶରସବୁଠୁ ବଡ଼ ଷ୍ଟକ୍‌ ଏକ୍ସଚେଞ୍ଜ ଏନଏସଇ, ଏଫ୍‌ଆଣ୍ଡ୍‌ଓ (F&O) ଟ୍ରେଡିଂ ସମୟ ବଢ଼ାଇବାକୁ ଯୋଜନା କରୁଛି। ଯଦି ଏହା ଲାଗୁ ହେଉଛି ତେବେ​‌ ଏଫ୍‌ଆଣ୍ଡ୍‌ଓରେ ନିବେଶକ ଅଧିକ ସମୟ ପର୍ଯ୍ୟନ୍ତ ଟ୍ରେଡିଂ କରିପାରିବେ। ନାସନାଲ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟରାତ୍ରି ପର୍ଯ୍ୟନ୍ତ ଟ୍ରେଡିଂ କରିବା ପାଇଁ ବିକଳ୍ପ ଦେଇପାରେ ।

ରିପୋର୍ଟ ଅନୁଯାୟୀ, ନାସନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ମାର୍କେଟ ବନ୍ଦ ହେବା ପରେଏଫଆଣ୍ଡ୍‌ଓରେ କାରବାର ହୋଇପାରିବ। କୁହାଯାଉଛି ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରେଡିଂ ହୋଇପାରେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏନଏସଇ ଏହାକୁ ରାତି ୧୧ଟା୩୦ ପର୍ଯ୍ୟନ୍ତ ବଢ଼ାଯାଇପାରେ।

ଆହୁରି ପଢ଼ନ୍ତୁ: PhonePe ଲଞ୍ଚ କଲା ନିଜସ୍ୱ ଶେୟାର ମାର୍କେଟ୍‌ ଆପ୍, ଗ୍ରାହକଙ୍କୁ ମିଳିବ ଟ୍ରେଡିଂ ସହ ଏହି ସବୁ ଫାଇଦା

ତେବେ ଟ୍ରେଡିଂ ସମୟ ବଢ଼ାଇବାର ଉଦ୍ଦେଶ୍ୟ ସ୍ଥାନୀୟ ବ୍ୟବସାୟୀଙ୍କୁ ବୈଶ୍ବିକ ପ୍ରତିକ୍ରିୟାର ତୁରନ୍ତ ଆକ୍ସନ ନେବାର ସୁଯୋଗ ଦେବା ରହିଛି। ସୂଚନାଥାଉକି ବର୍ତ୍ତମାନ ସମୟରେ ଆମେରକା ବଜାର ଖୋଲିବା ପୂର୍ବରୁ ଭାରତୀୟ ଏକ୍ସଚେଞ୍ଜ ବନ୍ଦ ହୋଇଯାଏ। ସେହିପରି ଷ୍ଟକ୍ ଟ୍ରେଡିଂ ମଧ୍ୟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଅନୁମତି ଦେଇପାରେ। ଏନେଇ ଏନଏସଇ ନିଜର ଯୋଜନା ମଞ୍ଜୁରୀ ପାଇଁ ସେବିବୁକ ହସ୍ତାନ୍ତର କରିଛି।

   Related Posts