ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ୪ଦିନ ହେଲା ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

Published By : Prameya-News7 Bureau | November 29, 2019 IST

ବାଲେଶ୍ବର ୨୯।୧୧: ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଆଗରେ ଫକୀର ମୋହନ ବିଶ୍ବ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅହରାତ୍ର ଧାରଣା । ଚାରି ଦିନ ହେଲା ବିଶ୍ବବିଦ୍ୟାଳୟର ବିଇଡି, ଏମଇଡି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି ।

{"id":191357,"sizeSlug":"large"}

ସୂଚନାଯୋଗ୍ୟ ଯେ, ଫକୀର ମୋହନ ବିଶ୍ବ ବିଦ୍ୟାଳୟର ବିଇଡି ଓ ଏମଇଡି  ବିଭାଗରେ ପଢୁଥିବା ଛାତ୍ର ଛାତ୍ରୀ ଓଟିଇଟି, ସିଟିଇଟି, ଓଏସଏସଟିଇଟି ପରୀକ୍ଷା ଦେବାରୁ ସେମାନଙ୍କୁ ବଞ୍ଚିତ କରାଯାଉଛି । ଏନେଇ ସେମାନେ ବାରମ୍ବାର ଦାବି କରୁଥିଲେ ବି କିଛି ସୁଫଳ ମିଳୁ ନାହିଁ । ଯାହାର ପ୍ରତିବାଦରେ ଶହେରୁ ଅଧିକ ଛାତ୍ର ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଫ ଏମ ବିଶ୍ବବିଦ୍ୟାଳୟର ଏହି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ନର୍ଥ ଓଡିଶା ୟୁନିଭରସିଟରୁ ଛାତ୍ରଛାତ୍ରୀ । ବାରିପଦାରୁ ଶତାଧିକ ଛାତ୍ର ଛାତ୍ରୀ  ଚାଲି ଚାଲି ଆସି ଏହି ଧାରଣା ଓ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।  ରାତି ସାରା ଶୀତ କାକରରେ ବସି ଛାତ୍ରଛାତ୍ରୀ  ଆନ୍ଦୋଳନ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.