ଏଫ୍‌ଏମ୍‌ କୋରାପୁଟ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | April 28, 2023 IST

କୋରାପୁଟ: କୋରାପୁଟବାସୀଙ୍କ ପାଇଁ ଖୁସୀ ଖବର। ଏଣିକି ଘରେ ବସି ଲୋକେ ଏଫ୍‌ଏମ ରେଡିଓ ମଜା ନେଇପାରିବେ। ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ ହେତୁ ଜୟପୁର ରେଡିଓ ଷ୍ଟେସନରୁ ସବୁ ଲୋକ ଶୁଣିବାର ସୁଯୋଗ ପାଇ ପାରୁନଥିଲେ। ହେଲେ ଏବେ ସେ ସବୁ ସମସ୍ୟା ରହିବ ନାହିଁ। ଆକାଶବାଣୀରେ କୋରାପୁଟ ଜିଲ୍ଲାର ସାହିତ୍ୟିକ, କଳାକାର, ଯୁବ ପ୍ରତିଭା ,ଚାଷ, କୃଷକ ,ମହିଳାମାନେ ସୁଯୋଗ ପାଇବା ସହ ଆଗାମୀ ଦିନରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ।

ଆଜି କୋରାପୁଟ ପ୍ରସାର ଭାରତୀ କେନ୍ଦ୍ର ଠାରେ ୧୦୦ୱାଟ କ୍ଷମତା ସମ୍ପନ୍ନ ଏଫ୍‌ଏମ ରେଡିଓର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୋରାପୁଟ ସମେତ ଦେଶର ୯୧ ଟି ଏଫ୍‌ଏମ ରେଡିଓ ଷ୍ଟେସନର ଲୋକାର୍ପଣ କରିଛନ୍ତି ମୋଦୀ।

{"id":779148,"sizeSlug":"full","linkDestination":"none"}

ଶୁକ୍ରବାର ଠାରୁ ଏହାର ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଥିବା ବେଳେ ମୁମ୍ବାଇର ବିବିଧ ଭାରତୀ ପ୍ରସାରଣ ହେଉଥିବା ବେଳେ ଏହା ମାଧ୍ୟମରେ ଜୟପୁରର ଆକାଶବାଣୀ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ସାଧାରଣରେ ଦାବି ହେଉଛି। ଆଜିର କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡାଲ ସହ ଆକାଶବାଣୀ ଜୟପୁର ସହ କୋରାପୁଟର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ରେଡିଓ ସଂଚାରକୁ ଆହୁରି ମଜଭୁତ କରିବାକୁ ୧୦୦ ୱାଟ୍‌ର ୯୧ ଏଫ୍‌ଏମ୍‌ ଟ୍ରାନ୍ସମିଟର ଭାର୍ଚୁଆଲୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତାକାଲି ଏହି ଉଦ୍‌ଘାଟନୀ କାର୍ଯ୍ୟ ରହିଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ପିଏମ୍‌ଓ କହିଛି ଯେ ଦେଶରେ ଏଫ୍‌ଏମ୍ ସଂଯୋଗକୁ ବଢ଼ାଇବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଦେଶରେ ୧୮ ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୮୪ ଜିଲ୍ଲାରେ ୧୦୦ ୱାଟ୍‌ର ୯୧ଟି ନୂଆ ଏଫ୍‌ଏମ୍‌ ଟ୍ରାନ୍ସମିଟର ଲଗାଯିବ।” ବିଶେଷ କରି ବର୍ଡର ଏରିଆରେ କନେକ୍ଟିଭିଟି ବଢ଼ାଇବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ ବୋଲି ପିଏଏମ୍ଓ କହିଥିଲା।

ଏୟାର ଏଫ୍‌ଏମ୍‌ ସର୍ଭିସ୍‌ର ବିସ୍ତାର ହେବା ଦ୍ୱାରା ଅତିରିକ୍ତ ୨ କୋଟି ଲୋକ ଉପକୃତ ହେବେ। ୩୫ ହଜାର କିମି ପରିଧିରେ ରେଡିଓ କନେକ୍ଟିଭିଟି କଭର ହେବ ବୋଲି ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.