ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଭାରତୀୟ ମୁଦ୍ରା ‘ରୁପି’କୁ ମିଳିଛି ଏହି ସବୁ ଦେଶରେ ମଞ୍ଜୁରୀ, ସୂଚନା ଦେଲେ ଅର୍ଥମନ୍ତ୍ରୀ

12/10/2022 at 1:42 PM

ନୂଆଦିଲ୍ଲୀ ୧୨।୧୦: ଆଗାମୀ ସମୟରେ ବିଶ୍ୱର ଅନେକ ଦେଶ ରୁପି ପେମେଣ୍ଟ ସିଷ୍ଟମକୁ ନିଜ ଦେଶରେ ସ୍ୱୀକୃତି ଦେଇପାରନ୍ତି। ଆମେରିକା ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସିଙ୍ଗାପୁର ଓ ୟୁନାଇଟେଡ ଆରବ ଏମିରେଟସ (ୟୁଏଇ) ରୁପିକୁ ସ୍ୱୀକୃତି ଦେଇସାରିଛନ୍ତି। ବିଶ୍ୱର ଅନ୍ୟ ଦେଶମାନଙ୍କ ସହ ଏ ନେଇ ଆଲୋଚନା ଜାରି ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

ତେବେ କେବଳ ରୁପି ନୁହେଁ ଭାରତରେ ବିକଶିତ ହୋଇଥିବା ପେମେଣ୍ଟ ସିଷ୍ଟମର ଲାଭ ସାରା ଦୁନିଆର ଅନେକ ଦେଶ ନେଇ ପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ଦେଶଙ୍କ ସହ ରୁପିକୁ ସେମାନଙ୍କ ଦେଶରେ ସ୍ୱୀକାର୍ଯ୍ୟ କରିବା ପାଇଁ ଭାରତ ସରକାର ଆଲୋଚନା ଚଳାଇଥିବା କହିଛନ୍ତି। ସୀତାରମଣ ବ୍ରୁକିଙ୍ଗସ୍‌ ଇନିଷ୍ଟିଚ୍ୟୁଟରେ କହିଛନ୍ତି ଯେ ଏହା ଛଡା ୟୁପିଆଇ( ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ), ଭୀମ ଆପ୍ ଓ ଏନସିପିଆଇ( ଭାରତୀୟ ରାଷ୍ଟ୍ରୀୟ ପୈଠ ନିୟମ) ଉପରେ ଏପରି କାମ କରାଯାଉଛି ଯେ ଅନ୍ୟ ଦେଶଙ୍କୁ ଭାରତୀୟ ବିଶେଷଜ୍ଞତାର ଯେପରି ଲାଭ ମିଳିପାରିବ ବୋଲି କହିଛନ୍ତି।

ଆମେରିକାରେ ୟୁପିଆଇ ଆରମ୍ଭ କରିବା ପାଇଁ ଜନୈକ ଛାତ୍ରଙ୍କ ପ୍ରଶ୍ନର ଜବାବରେ ସୀତାରମଣ କହିଛନ୍ତିଯେ ଏ ବାବଦେ ଆମେ ଅନେକ ଦେଶଙ୍କ ସହ ମିଳିତ କାମ କରୁଛୁ। ଭାରତୀୟ ୟୁପିଆଇ ପ୍ରଣାଳୀକୁ ନେଇ ଗର୍ବିତ ବୋଲି ଛାତ୍ର କହିଥିଲେ। ତେବେ ସାରା ବିଶ୍ୱ ସହ ଏହାକୁ ସେୟାର କରିବାର ଯୋଜନା କଣ ବୋଲି ଅର୍ଥମନ୍ତ୍ରୀଙ୍କୁ ପଚାରିଥିଲେ। ଏହାର ଜବାବରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏ ନେଇ ଅନେକ ଦେଶଙ୍କ ସହ ଆମର କଥାବାର୍ତ୍ତା ଚାଲିଛି। ଏହି କ୍ରମରେ ୟୁଏଇ ଓ ସିଙ୍ଗା ପୁର ଭାରତୀୟ ମୁଦ୍ରା ରୁପିକୁ ଦେଶରେ ସ୍ୱୀକାର୍ଯ୍ୟ କରିଥିବା କହିଛନ୍ତି।      

   Related Posts