ଯାଜପୁର ୧୭।୫: ଯାଜପୁର ଠିକାଦାରଙ୍କ ଗାଡିରୁ ୮୫ ହଜାର ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ବାଡ୍ ଟିମ୍ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ମୋଟରଙ୍ଗାପାଳ ନିକଟରେ ଚେକିଂ ଚାଲୁଥିବା ବେଳେ ଆଖୁଆପଦା ଅଞ୍ଚଳରୁ ଆସିଥିବା ବ୍ରିଜା ଗାଡିରେ ମାଲିକ ନାରାୟଣ ବେହେରା ଥିବାବେଳେ ଗାଡିରୁ ୮୫ହଜାର ଟଙ୍କା ବାହାରିଥିଲା । କୌଣସି ଦସ୍ତାବିଜ ଦେଖାଇ ନପାରିଥିବାରୁ ଜବତ ଅର୍ଥ ରାଶିକୁ ଟ୍ରେଜେରୀରେ ଜମା କରାଯାଇଥିବା ସୂଚନା ଦେଇଛନ୍ତି ଏଫ୍ଏସଟି ମାଜିଷ୍ଟ୍ରେଟ ପରେଶ ପଣ୍ଡା ।
ସେପଟେ ବାଇକ୍ରୁ ୭ ଲକ୍ଷ ଟଙ୍କା ଜବତ ହୋଇଛି । କେନ୍ଦୁଝର ଜିଲ୍ଲା ବଡ଼ବିଲ କିରିବୁରୁ ଛକରେ ବ୍ଲକିଂ ଚେକିଂ ବେଳେ ଜବତ କରିଛି ବଡ଼ବିଲ ପୋଲିସ । ଟଙ୍କା ଜବତ ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।
ତେବେ ଏକ ପରିବହନ ସଂସ୍ଥାର କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ଧରିଛି ପୋଲିସ । ଘଟଣାକୁ ନେଇ ପୋଲିସ ଛାନଭିନ୍ ଜାରି ରଖିଛି । ସେ ଏତେ ଟଙ୍କା ନେଇ କେଉଁଆଡେ ଯାଉଥିଲେ, ଏତେ ଟଙ୍କା କାହାର ତାହା ସ୍ପଷ୍ଟ ହୋଇନାହିଁ ।
You Can Read :
ବାଇକ୍ରୁ ମିଳିଲା ୭ ଲକ୍ଷ ଟଙ୍କା, ଜଣକୁ ଅଟକ ରଖିଲା ପୋଲିସ