ଖୁବ୍ ଶୀଘ୍ର ଲଞ୍ଚ ହେବ ଉଡ଼ନ୍ତା କାର୍ : ସାମନାକୁ ଆସିଲା କାରର ଝଲକ
6/08/2019 at 12:37 PM

ନୂଆଦିଲ୍ଲୀ ୬/୮: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବେ ଏପରି ଏକ କାର୍ ଲଞ୍ଚ ହେବାକୁ ଯାଉଛି ଯାହା ଉଡ଼ିବ ଏହି ଉଡ଼ନ୍ତା କାରର କିଛି ଫଟୋ ସାମନାକୁ ଆସିଛି। ଏହି କାରକୁ ଜାପାନର ଏକ କମ୍ପାନୀ ନିର୍ବାଣ କରୁଛି। ଏହାର ଝଲକ ଗତକାଲି ସାମନାକୁ ଆସିଛି। ଏହି କାରର ପରୀକ୍ଷଣ ସମୟରେ ଯେଉଁ ଫଟୋ ସାମନାକୁ ଆସିଛି ସେଥିରେ ପାଖାପାଖି ୧୦ଫୁଟ ଉଚ୍ଚ ଯାଏଁ ଉଡ଼ୁଥିବା ଦେଖାଯାଇଛି।

କାରର ଲୁକ୍ କଥା କହିବା ଯଦି କାରଟି ଏକ ଡ୍ରୋନ୍ ଭଳି ଲାଗୁଛି। ଉଡ଼ିବା ପାଇଁ ଏଥିରେ ୪ଟି ପଙ୍ଖା ଲଗାଯାଇଛି। କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଆମେରିକାରେ ଉବେର ମଧ୍ୟ ଏୟାର ଟ୍ୟାକ୍ସି ଉପରେ କାମ କରୁଛି।
