ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ରାଜସ୍ବ ପାଇଁ ବଦଳିଯିବ କି ବୈତରଣୀ ନଦୀର ଗତି ପଥ ? ନଦୀପଠାରୁ ବେଆଇନ ବାଲି ଚାଲାଣ ଅନୁମତିକୁ ନେଇ ବଢୁଛି ଅସନ୍ତୋଷ

28/06/2021 at 5:44 PM

ଭଦ୍ରକ ୨୮।୬: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଦେଇ ପ୍ରବାହିତ ବୈତରଣୀ ନଦୀର ଆଖୁଆପଦାଠାରେ ରହିଛି ପୁରାତନ ଆନିକଟ ଓ ବାଲିପୋଖରୀ ଏସକେପ । ତେବେ ଏଠାରୁ ଗତ କିଛି ବର୍ଷ ହେବ ଚୋରାରେ ବେଆଇନ ବାଲି ଉଠାଣ ହେଉଥିଲା ।  ସ୍ଥାନୀୟ ଲୋକମାନେ ଜୋରଦାର ବିରୋଧ କରିବାରୁ ତାହା ବନ୍ଦ ହୋଇଥିଲା । ତେବେ ବାଲି ମାଫିଆମାନେ ସ୍ଥାନୀୟ ତହସିଲଦାରଙ୍କୁ ଧରି ଏଠାରେ ବାଲି ଉଠାଣ ପାଇଁ ନିଲାମ କରାଇଥିବା ଅଭିଯୋଗ ହୋଇଛି । ତେବେ ଏହି ବାଲି ସଇରାତକୁ ପ୍ରାୟ ୫ କୋଟି ଟଙ୍କାରେ ନିଲାମ ଚଳିତ ବର୍ଷ କରାଯାଇଛି । ନିଲାମ ବେଳେ ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆ ଯାଇନାହିଁ କି ଏସକେପ ଓ ଆନିକଟ ପ୍ରତି ଥିବା ବିପଦ ପ୍ରତି ଆଦୌ ଦୃଷ୍ଟି ଦିଆ ନ ଯାଇ ଏକ ପାଖିଆ ଓ ତରବରିଆ ଭାବେ ନିଲାମ କରାଯାଇଛି । 

ତେବେ ନିଲାମ ଧରିବା ପରେ ବାଲି ମାଫିଆମାନେ ଏସକେପ ନିକଟରୁ ବାଲି ଉଠାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକମାନେ ବାଲି ଉଠାଣକୁ ବିରୋଧ କରି ଏସକେପ  ନିକଟରେ ବାଡ଼ ବୁଜି ଦେଇଛନ୍ତି ।  ଯଦି ଏଠାରୁ ବାଲି ଉଠାଣ କରାଯାଏ ତେବେ ବାଲିପୋଖରୀ ଏସକେପର ସ୍ଥାୟିତ୍ବ ରହିବ ନାହିଁ । ଏପରିକି ବୈତରଣୀ ନଦୀ ଏଠାରେ ନିଜର ଗତିପଥ ବଦଳାଇ ଗାଁ ମୁହାଁ ହୋଇଯିବ । ଫଳରେ ଭଣ୍ଡାରିପୋଖରୀ ବ୍ଲକର ୧୦ ଗୋଟି ପଞ୍ଚାୟତରେ ବ୍ୟାପକ ଧନ ଜୀବନ ନଷ୍ଟ ହେବା ସହ ଶହ ଶହ ହେକ୍ଟର ଚାଷ ଜମି ବାଲି ଚର ହୋଇଯିବ । ତେବେ ବୈତରଣୀ ନଦୀର ଅପର ପାର୍ଶ୍ଵରେ ଥିବା ପ୍ରଥମ ପଥରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ତେଣୁ ନଦୀର ପ୍ରଥମ ପଥ ବନ୍ଦ ହେଲେ ନଦୀର ବନ୍ୟାଜଳ ବାଲିପୋଖରୀ ଏସକେପ ମଧ୍ୟ ନେଇ ନୂଆ ପଥ ସୃଷ୍ଟି କରିବ ।

ତେବେ ବୈତରଣୀ ନଦୀର ପଥରେ ବେଆଇନ ନିର୍ମାଣ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ମଧ୍ୟ ଆବେଦନ ହୋଇଥିଲା । ତେବେ ମାନ୍ୟବର ଏନଜିଟି ଭଦ୍ରକ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି । ଶୁଣାଣିରେ କହିଛନ୍ତି ଯେ, ବୈତରଣୀ ନଦୀ ପଠାରେ ରିଟେନିଙ୍ଗ ୱାଲ ନିର୍ମାଣ ହେଲେ ନଦୀର ପ୍ରାକୃତିକ ଭାବେ ଜଳ ପ୍ରବାହ ପ୍ରଭାବିତ ହେବ । ନଦୀ ବନ୍ଧକୁ ଦୁର୍ବଳ କରିବା ସହ ପ୍ରକୃତି ଉପରେ ପ୍ରଭାବ ମଧ୍ୟ ପକାଇବ । ଏମିତି କୌଣସି ନିୟମ ନାହିଁ ଯେ ନଦୀ ପଠାରେ କୌଣସି ୱାଲ କିମ୍ବା ନିର୍ମାଣ କରିବା ଯେଉଁଥି ପାଇଁ ନଦୀ ତାର ଗତିପଥ ପରିବର୍ତ୍ତନ କରିବ ।

ଅନ୍ୟପଟେ ଆଖୁଆପଦା ଡିଭିଜନର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭଣ୍ଡାରିପୋଖରୀ ତହସିଲଦାରଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ବେଆଇନ ବଳି ଉଠାଣ ଯୋଗୁଁ ନଦୀ ବନ୍ଧ ଦୁର୍ବଳ ହେଉଛି ଓ ବାଲିପୋଖରୀ ଏସକେପଠାରେ ବିପୁଳ ପରିମାଣର ବାଲି ଗଚ୍ଛିତ ଥିବା କହିଛନ୍ତି । ଏହି ଗଚ୍ଛିତ ବାଲି ପାଇଁ ଏସକେପ ସୁରକ୍ଷିତ ରହିବା ସହ ବନ୍ୟା ନିୟନ୍ତ୍ରଣ କରୁଛି ବୋଲି ଉଲ୍ଲେଖ କରିଛନ୍ତି ଓ ବେଆଇନ ବାଲି ଉଠାଣ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରିଛନ୍ତି ।

କିନ୍ତୁ ଏତେ ପରେ ମଧ୍ୟ ଭଣ୍ଡାରିପୋଖରୀ ତହସିଲଦାର ବାଲିପୋଖରୀ ଏସକେପ ଓ ଆଖୁଆପଦା ଆନିକଟ ନିକଟ ଜଗନ୍ନାଥ ପ୍ରସାଦ ନିକଟରେ ବାଲି ସଇରାତକୁ ନିଲାମ ଦେଇ ସାରିଲେଣି । ଗୋଟିଏ ପଟେ ନଦୀ ବନ୍ଧ ଉପରେ ଭାରି ଯାନ ଚଳାଚଳ ଉପରେ କଟକଣା ଥିବାବେଳେ ଭଣ୍ଡାରିପୋଖରୀ ତହସିଲଦାର ସେ ନିୟମକୁ ମଧ୍ୟ ଅଣଦେଖା କରିଛନ୍ତି । ବାଲି ସଇରାତରୁ ବାଲି ଉଠାଣ ହେଲେ ନଦୀ ବନ୍ଧ ଛଡା ବାଲି ଚାଲାଣ ପାଇଁ ଅନ୍ୟ କୌଣସି ପ୍ରକାର ରାସ୍ତାର ବିକଳ୍ପ ନାହିଁ ।

   Related Posts