ପାକିସ୍ତାନରେ ଅଟା କେଜି ୧୨୫ ଟଙ୍କା, ଗରିବ ସହୁଛନ୍ତି ମହଙ୍ଗା ମାଡ, ନିରୁପାୟ ସରକାର

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ପାକିସ୍ତାନର ଗରିବ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢିବାରେ ଲାଗିଛି । କରାଚୀରେ ଅଟା ମୂଲ୍ୟ କିଲୋପିଛା ୧୨୫ ଟଙ୍କାରେ ବିକ୍ରି ହେଉଛି । ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସର ଡାଟା ଅନୁସାରେ, ୨୦ କେଜି ଅଟା ପ୍ୟାକେଟର ହୋଲସେଲ ମୂଲ୍ୟ ୨୫୦୦ ଟଙ୍କା ହୋଇଛି । ଗତ ସପ୍ତାହରେ ଏହି ମୂଲ୍ୟ ୨୪୦୦ ଟଙ୍କ ଥିଲା । ପାକିସ୍ତାନ ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ଅଟା ଏତେ ଉଚ୍ଚ ସ୍ତରରେ ପହଞ୍ଚିଛି । ଏହା ପୂର୍ବରୁ ପାକିସ୍ତାନରେ ମଧ୍ୟ ଇନ୍ଧନ ସଂକଟ ଦେଖିବାକୁ ମିଳିଥିଲା । ଖାଲି ଗ୍ୟାସ ଟାଙ୍କି ଭର୍ତ୍ତି କରିବା ପାଇଁ ଲୋକମାନେ ବୁଲୁଥିବା ଦେଖିବାକୁ ମିଳିଥିଲା ।

ଖବର ଅନୁସାରେ, ଗତ ସପ୍ତାହ ତୁଳନାରେ କରାଚୀ, ହାଇଦ୍ରାବାଦ ଏବଂ କ୍ୱେଟାରେ ୨୦ କିଜେ ଅଟା ପ୍ୟାକେଟ ମୂଲ୍ୟରେ ପ୍ରାୟ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଏହି କାରଣରୁ କରାଚୀର ଅଟାର ମୂଲ୍ୟ ୨,୫୦୦ ଟଙ୍କା, ହାଇଦ୍ରାବାଦରେ ୨,୪୦୦ ଏବଂ କ୍ୱେଟାରେ ୨,୩୨୦ ଟଙ୍କା ହେୋଇଛି । ତେବେ ଏହି ସମୟରେ ଇସଲାମାବାଦ ଏବଂ ପଞ୍ଜାବରେ ୨୦ କେଜି ଅଟା ପ୍ୟାକେଟର ମୂଲ୍ୟ ୧,୨୯୫ ଟଙ୍କା ରହିଛି ।

ପାକିସ୍ତାନରେ ଗହମ, ଗ୍ୟାସ ଏବଂ ଚାଉଳର ଅଭାବ ରହିଛି । ପାକିସ୍ତାନ ଚାଉଳ ଏବଂ ଗ୍ୟାସ ଆମଦାନୀ କରି ନିଜ ଆବଶ୍ୟକତା ପୂରଣ କରୁଛି । ଋଣରେ ଗ୍ୟାସ ମିଳୁଥିଲେ ମଧ୍ୟ, ଏହାର ମୂଲ୍ୟ ବହୁ ଅଧିକ । ଅନ୍ୟପଟେ ପାକିସ୍ତାନର ଆର୍ଥିକ ସ୍ଥିତିକୁ ଦେଖି ସେଠାକାର ଘରୋଇ କମ୍ପାନି ଗୁଡିକ ଛଟେଇ ଆରମ୍ଭ କରିଛନ୍ତି । ବଡ଼ ସଂଖ୍ୟାରେ ଲୋକଙ୍କୁ ଛଟେଇ କରାଯାଉଛି । ଲୋକମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଅନ୍ୟପଟେ କମ୍ପାନି ଗୁଡିକର କହିବା କଥା ହେଲା ସେମାନଙ୍କ ନିକଟରେ ଲୋକଙ୍କୁ ଦରମା ଦେବା ପାଇଁ ରାଶି ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.