ପୁଣି ମହଙ୍ଗା ହେଲା ଅଟା, ଜାଣନ୍ତୁ କେତେ ?

Published By : Prameya-News7 Bureau | October 26, 2022 IST

ନୂଆଦିଲ୍ଲୀ ୨୬।୧୦: ଦୀପାବଳି ଓ ଛଟ ପୂଜା ମଧ୍ୟରେ ଅଟା ଦର ପୁଣି ବଢିଛି।  ୧୫ ପ୍ରତିଶତ ମହଙ୍ଗା ହୋଇଛି ଅଟା। କେବଳ ଅଟା ନୁହେଁ ଗହମରୁ ପ୍ରସ୍ତୁତ ହେଉଥିବା ମଇଦା, ସୁଜି ଓ ଦଲିଆ ମଧ୍ୟ ମହଙ୍ଗା ହୋଇଛି। ଅଟା କେଜି ପିଛା ୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ମଇଦା, ସୁଜି ଓ ଦଲିଆ ଦରରେ କେଜି ପିଛା ୩ରୁ ୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ତେବେ ଏଥର ଅଟା ମୂଲ୍ୟ ବୃଦ୍ଧିର କୌଣସି ସ୍ପଷ୍ଟ କାରଣ ନାହିଁ। ହେଲେ ବଜାର ବିଶେଷଜ୍ଞଙ୍କ ଅନୁସାରେ ଖୋଲା ବଜାରରେ ଗହମର ଅଭାବ ଏପରି ପରିସ୍ଥିତି ସୃଷ୍ଟି କରିଛି।

ସରକାର ଖୋଲା ବଜାରକୁ ଗହମ ଯୋଗାଣ ବନ୍ଦ କରିଦେଇଛନ୍ତି। ଏଣୁ ବ୍ୟବସାୟୀଙ୍କୁ ମହଙ୍ଗା ଦରରେ ଗହମ କ୍ରୟ କରିବାକୁ ପଡୁଥିବାରୁ ଏପରି ମୂଲ୍ୟ ବୃଦ୍ଧି ହୋଇଛି। ଚଳିତବର୍ଷ ହୋଲି ପରଠାରୁ ବଜାରରେ ଅଟା ମହଙ୍ଗା ହେଲାଣି। କଥା ହେଉଛି ଦେଶରେ ଗହମ ଅମଳ ପୂର୍ବରୁ ହିଁ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏଣୁ କେବଳ ଭାରତ ନୁହେଁ ସାରା ବିଶ୍ୱ ବଜାରରେ ଗହମ ଦର ବଢିବାରେ ଲାଗିଥିଲା। ଏଣୁ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ପଡିଥିଲା।

{"id":700682,"width":839,"height":553,"sizeSlug":"full","linkDestination":"none"}

ଏହା ଛଡା ଚଳିତବର୍ଷ ଚାଷୀ ଏମଏସପିଠାରୁ  ଢେର ଉଚ୍ଚା ଦରରରେ ସେମାନଙ୍କ ଗହମ ବିକ୍ରି କରିଥିଲେ। ଏଣୁ ଅଟା ସେତେବେଳଠାରୁ ଅଧିକ ୫ ଟଙ୍କା ବଢିକରି ରହିଛି। ଏହା ଛଡା ସରକାର ନନବ୍ରାଣ୍ଡେଡ ଅଟା ଓ ମଇଦାକୁ ମଧ୍ୟ ଜିଏସଟି ଅନ୍ତର୍ଗତ କରିଥିଲେ। ତେବେ ଏଥିରେ କେବଳ ଏତିକି ରିହାତି ଥିଲା ୨୫ କେଜିରୁ  ଅଧିକ ପ୍ୟାକେଟ୍‌ ଉପରେ ଜିଏସଟି ଲାଗିବ ନାହିଁ। ଏଣୁ ଖୋଲା ବଜାରକୁ ଆସୁଥିବା ଗହମ ପ୍ୟାକେଟ୍ ୫୦ କେଜିର ହୋଇଥିବା ଯୋଗୁ ଜିଏସଟିରୁ ବର୍ତ୍ତି ଯାଇଥିଲା। ହେଲେବି ବ୍ୟବସାୟୀମାନେ ସେତେବେଳେ ପ୍ରତି କେଜି ଅଟା ୨ ଟଙ୍କା ମହଙ୍ଗା କରିଦେଇଥିଲେ।

ଗତ ସପ୍ତାହରେ ସରକାର ଜାରି ବର୍ଷ ନିମନ୍ତେ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପ୍ରତି କ୍ୱିଣ୍ଟଲ ୧୧୦ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଜାରରେ ପୂର୍ବରୁ ଏହି ମୂଲ୍ୟରୁ ଅଧିକ ଦରରେ ଗହମ ବିକ୍ରି ହେଉଛି। ତଥାପି ବ୍ୟବସାୟୀମାନେ ଅଟା କେଜିପିଛା ଦରରେ ୫ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ବଜାରରେ ଏବେ ମିଳୁଥିବା ଖୋଲା ଅଟା କେଜି ପିଛା ଦର ୩୦ରୁ ୩୫ ଟଙ୍କାକୁ  ପହଞ୍ଚିଥିବା ବେଳେ ୩୨ ଟଙ୍କା ଦରରେ ବିକ୍ରି ହେଉଥିବା ମଇଦା କେଜି ପିଛା ଦର ଏବେ ୩୫ ଟଙ୍କା ହୋଇଯାଇଛି। ଫଳରେ ସୁଜି କେଜି ପିଛା ଦର ୩ରୁ ୫ ଟଙ୍କା ମହଙ୍ଗା ହୋଇଯାଇଛି।

{"id":700683,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ଏବେ ଖୋଲା ବଜାରରେ ଗହମର ଗୁରୁତର ଅଭାବ ଦେଖା ଦେଇଛି। ଯେଉଁ ମିଲରମାନେ ପ୍ରଥମରୁ ଷ୍ଟକ ରଖିଥିଲେ ସେମାନେ ପୁରୁଣା ଷ୍ଟକ୍‌ରେ କାମ ଚଳାଉଛନ୍ତି। ସରକାରଙ୍କ ପାଖରେ ମଧ୍ୟ ଏବେ ୨୨୨ ଲକ୍ଷ ଟନ ଗହମ ମହଜୁଦ ଅଛି। ଏହା ବଫର ଷ୍ଟକ ହୋଇଥିବା ବେଳେ ପରିମାଣ ସାମାନ୍ୟରୁ ଟିକେ ଅଧିକ ରହିଛି। ଏଣୁ ଏଫସିଆଇ ମିଲରଙ୍କୁ ଗହମ ଆବଣ୍ଟନ ବନ୍ଦ କରିଦେଇଛନ୍ତି। ଏଣୁ ବଜାରରେ ପୁଣି ଥରେ ଅଟା ଦର ବୃଦ୍ଧି ହୋଇଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.