ଫ୍ଲୋରେନ୍ସ ନାଇଟଏଙ୍ଗେଲ୍‌ ପୁରସ୍କାର ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଗାଁ ମାଟିରେ ବିପୁଳ ସମ୍ୱର୍ଦ୍ଧନା

Published By : Prameya-News7 Bureau | November 10, 2022 IST

ଆନନ୍ଦରପୁର ୧୦/୧୧: ଫ୍ଲୋରେନ୍ସ ନାଇଟ୍‌ ଏଙ୍ଗେଲ୍‌ ସମ୍ମାନରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ଦମୟନ୍ତୀ ରାଉତଙ୍କୁ ଗାଁ ମାଟିରେ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି। ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇ ପ୍ରଥମେ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ  ସ୍ୱାଗତ କରିଛନ୍ତି। କେନ୍ଦୁଝର ଜିଲ୍ଲା  ଘସିପୁରା ବ୍ଲକ୍ ତରିମୁଳ ଗାଁରେ ଏପରି ଆନନ୍ଦମୟ ପରିବେଶ ଦେଖିବାକୁ ମିଳିଛି। ପରେ ଗାଁ ଲୋକମାନେ ଦମୟନ୍ତୀଙ୍କୁ ଗ୍ରାମ ପରିକ୍ରମା କରାଇଥିଲେ। ଦମୟନ୍ତିଙ୍କ ଏପରି ସଫଳତାରେ ଗାଁଲୋକ ବହୁ ଖୁସି ଥିବା ଜଣାପଡ଼ିଛି।

{"id":707595,"width":613,"height":336,"sizeSlug":"full","linkDestination":"none"}

ସୂଚନାଥାଉକି, ଦୀର୍ଘ ୨୫ ବର୍ଷ ହେଲା ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କର ନିରନ୍ତର ସ୍ୱାସ୍ଥ୍ୟ ସେବା କରି ସେ ଏହି ସଫଳତା ପାଇଛନ୍ତି ବୋଲି ଦମୟନ୍ତୀ କହିଛନ୍ତି। ଅନ୍ୟପଟେ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ନିଷ୍ଠାପର ସେବା କରି ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା କରନ୍ତୁ ସେ କହିଛନ୍ତି। ଖବର ଅନୁସାରେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଗୌଣିଷସା ସବ୍ ସେଣ୍ଟରରେ ଦମୟନ୍ତୀ ୨୫ ବର୍ଷ ହେଲା କାମକରି ଆସୁଛନ୍ତି। ଏହି ଦୁର୍ଗମ ଅଞ୍ଚଳରେ ପୂର୍ବରୁ ଲୋକମାନେ ସ୍ୱାସ୍ଥ୍ୟ ସେବା ପ୍ରତି   ଅଜ୍ଞ ଥିଲେ। ପରେ ଦମୟନ୍ତୀଙ୍କ ନିରନ୍ତର ଚେଷ୍ଠା ଓ ଉଦ୍ୟମରେ ସେଠାରେ ଲୋକେ ଧିରେ ଧିରେ ସ୍ବାସ୍ଥ୍ୟସେବା ପ୍ରତି ସଚେତନ ହୋଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ୯୭ ପ୍ରତିଶତ ଶିଶୁ ଟୀକାକରଣ ସେଠାରେ ରେକଡ ସୃଷ୍ଟି ହୋଇଛି। ଏହା ଫଳରେ ଶିଶୁ ମୃତ୍ଯୁ ହାରରେ ଏକ ପ୍ରକାର ରୋକ୍ ଲାଗିଛି। ସେହିଭଳି ସଂପୃକ୍ତ ଅଞ୍ଚଳରେ ୯୦ ପ୍ରତିଶତ କରୋନା  ଟିକାକରଣ  ମଧ୍ୟ କରାଯାଇଛି। ସେଠାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏପରି ଉଲ୍ଲେଖନୀୟ ସଫଳତା ପାଇଁ ଦମୟନ୍ତୀଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସମ୍ଭବ ହୋଇଛି  ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

{"id":707596,"width":624,"height":342,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.