ଅଭିନୟରେ ବିଫଳ, ଲଗଜୁରୀ ଲାଇଫ୍ ଷ୍ଟାଇଲରେ ବଡ ବଡଙ୍କୁ ଦିଅନ୍ତି ମାତ୍
29/07/2023 at 2:39 PM

ମୁମ୍ବାଇ ୨୯।୦୭: ବଲିଉଡରେ ଅନେକ ତାରକା ଅଛନ୍ତି, ଯେଉଁମାନଙ୍କର ଷ୍ଟ୍ରଙ୍ଗ ଫ୍ୟାମିଲି ବ୍ୟକ୍ଗ୍ରାଉଣ୍ଡ ରହିଛି । କିନ୍ତୁ ଏମାନେ ବଲିଉଡ୍ ଇଣ୍ଡଷ୍ଟ୍ରିରେ କରିପାରିନାହାନ୍ତି କ୍ୟାରିୟର । କାରଣ ବଲିଉଡ ଏପରି ଏକ ସ୍ଥାନ, ଯେଉଁଠାରେ ସଫଳ ହେବା ଏତେ ସହଜ ନୁହେଁ । ଇଣ୍ଡଷ୍ଟ୍ରିରେ କିଛି ଏମିତି ସେଲିବ୍ରେଟି ଅଛନ୍ତି, ଯେଉଁମାନେ ଫିଲ୍ମରେ ଅଭିନୟ କରିଛନ୍ତି ସତ, କିନ୍ତୁ ହୋଇଛନ୍ତି ବିଫଳ । କିନ୍ତୁ ଯେବେ ବି ଲଗଜୁରୀ ଲାଇଫ୍ ଷ୍ଟାଇଲ୍ କଥା ଆସେ ସେତେବେଳେ ଏମାନେ ବଡ ବଡ କଳାକାରଙ୍କୁ ଦେଇଥାନ୍ତି ମାତ୍ ।

ବଲିଉଡ ଶେହନସା ଅମିତାଭ ବଚ୍ଚନ ଆଜିବି ଅଭିନୟର କିଙ୍ଗ୍ । କିନ୍ତୁ ତାଙ୍କ ପୁଅ ଅଭିଷେକ ବଚ୍ଚନ ଅଭିନେତା ଭାବେ ହୋଇଛନ୍ତି ବିଫଳ । କ୍ୟାରିୟର୍ ଆରମ୍ଭରେ ଅଭିଷେକଙ୍କ ଅନେକ ଫ୍ଲପ୍ ଫିଲ୍ମ ହୋଇଥିଲା । ଅଭିନୟରେ ବିଫଳ ହୋଇଥିଲେ ମଧ୍ୟ ବିଜନେସ୍ରେ ସେ ସକ୍ସେସ୍ । ପ୍ରୋ କବାଡି ଲିଗର ଫ୍ରାଞ୍ଚାଇଜ୍ ଦଳ ଜୟପୁର ପିଙ୍କ୍ ପାନ୍ଥର୍ସ ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ୍ ଟିମ୍ ଭଳି ପ୍ରୋଜେକ୍ଟରୁ ବହୁତ ରୋଜଗାର କରୁଛନ୍ତି ଅଭିଷେକ । ଆଉ ରାଜକୀୟ ଲାଇଫ୍ଷ୍ଟାଇଲ୍ ମେଣ୍ଟେନ୍ କରୁଛନ୍ତି ।

ଲିଷ୍ଟର ଦ୍ବିତୀୟରେ ଅଛନ୍ତି ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଝିଅ ତଥା ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା । ଆକ୍ଟିଙ୍ଗ୍ ବ୍ୟାକଗ୍ରାଉଣ୍ଡରୁ ଥିବାରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଫିଲ୍ମରୁ । କିନ୍ତୁ ଟ୍ବିଙ୍କିଲଙ୍କ ଯାଦୁ ବକ୍ସ ଅଫିସରେ ଚାଲି ପାରିନଥିଲା । ଫିଲ୍ମରେ ବିଫଳ ହେବା ପରେ ଟ୍ୱିଙ୍କଲ ଖବରକାଗଜରେ ଉପନ୍ୟାସ ଏବଂ ସ୍ତମ୍ଭ ଲେଖିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଲେଖା ଜଗତରେ ତାଙ୍କୁ ମିଳିଛି ଅନେକ ଖ୍ୟାତି । ଆଉ ଏଥିରୁ ରୋଜଗାର କରୁଛନ୍ତି କୋଟିକୋଟି ।

ଆୟେଶା ଟାକିଆ ଅନେକ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ୨୩ ବର୍ଷ ବୟସରେ ସେ ହୋଟେଲ ମାଲିକ ଫରହାନ୍ ଆଜମୀଙ୍କୁ ବିବାହ କରିଥିଲେ । ଫରହାନ୍ ଆଜମୀ ହେଉଛନ୍ତି ରାଜନେତା ଆବୁ ଆଜମିଙ୍କ ପୁଅ । ଯିଏକି ମନି, ପାଓ୍ବାର ଏବଂ ପ୍ରେଷ୍ଟିଜ୍ରେ ବହୁତ୍ ପାଓ୍ବାରଫୁଲ୍ । ଆୟେଶା ଟାକିଆ ଲଗଜୁରୀ ଲାଇଫ୍ଷ୍ଟାଇଲ୍ ମେଣ୍ଟେନ୍ କରନ୍ତି ।

ବଲିଉଡର ଭେଟେରାନ୍ ଅଭିନେତା ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର । ସେ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । କିନ୍ତୁ ଯେତେବେଳେ ଲଗଜୁରୀ ଲାଇଫ୍ ଷ୍ଟାଇଲ୍ କଥା ଆସେ ସେତେବେଳେ ସେ ଆଗରେ ରହିଥାନ୍ତି । ତାଙ୍କୁ ସବୁବେଳେ ଲଗଜୁରୀ କାରରେ ବୁଲୁଥିବା ଦେଖିବାକୁ ମିଳିଥାଏ ।

ହିନ୍ଦୀ ସିନେମାର ଅଗ୍ରଣୀ ଅଭିନେତ୍ରୀ ଉର୍ମିଲା ମାତେଣ୍ଡକର । ଅନେକ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି ସେ । ଉର୍ମିଲା ତାଙ୍କ ସମୟର ଅଭିନେତ୍ରୀମାନଙ୍କ ମଧ୍ୟରୁ ଯିଏକି ଗୋଟିଏ ଫିଲ୍ମ ପାଇଁ ଆଦାୟ କରୁଥିଲେ ୧ରୁ ୨କୋଟି ଟଙ୍କା । ଏହାବ୍ୟତୀତ ଉର୍ମିଲା ଅନେକ ଟିଭି ଶୋ’ରେ ଜଜ୍ ଏବଂ ହୋଷ୍ଟ ଭାବେ ନଜର ଆସିଥିଲେ । ଏଥିରୁ ସେ ମୋଟା ଅଙ୍କର କରିଥିଲେ ରୋଜଗାର । ବିବାହ ପରେ ଉର୍ମିଲା ଅଭିନୟ ଛାଡିଥିଲେ। କିନ୍ତୁ ଏବେବି ମେଣ୍ଟେନ୍ କରୁଛନ୍ତି ତାଙ୍କର ଲଗଜୁରୀ ଲାଇଫ୍ଷ୍ଟାଇଲ୍ ।

ବଲିଉଡର ସବୁଠାରୁ ହଟେଷ୍ଟ ଗର୍ଲ ମଲାଇକା ଅରୋରା । ମଡେଲିଂରୁ ଆରମ୍ଭ କରିଥିଲେ ନିଜର କ୍ୟାରିଅର୍ । ମଲାଇକା କିଛି ଫିଲ୍ମରେ ଅଭିନୟ କରିଥିଲେ, କିନ୍ତୁ ତାଙ୍କ ଅଭିନୟ ଦର୍ଶକଙ୍କୁ ଆସିନଥିଲା ପସନ୍ଦ । ଏହାପରେ ଫିଲ୍ମ ଛାଡି ଆଇଟମ୍ ସଙ୍ଗ କରିଥିଲେ । ମଲାଇକା ମଡେଲିଂ ବ୍ୟତୀତ ଲଗଜୁରୀ ଗ୍ଲାସ୍ ଏବଂ ଲେଦର ବୁଟ୍ସର ସାଇଡ୍ ବିଜନେସ୍ ବି କରିଥାନ୍ତି । ଆଉ ତାଙ୍କ ଅନ୍ଦାଜରୁ ହିଁ ମଲାଇକାଙ୍କ ଲାଇଫ୍ ଷ୍ଟାଇଲ୍ ବିଷୟରେ ଜାଣିହୁଏ ।
You Can Read: