Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ବ୍ରାଜିଲ୍‌ରେ ପ୍ରାକୃତିକ ବିପର୍ଯ୍ୟୟ ; ବନ୍ୟାରେ ଉବୁଟୁବୁ ସାଓ ପାଉଲୋ ରାଜ୍ୟ, ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୨୪ ମୃତ

20/02/2023 at 9:55 AM

19 killed in Brazil floods

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶରେ ପ୍ରକୃତିର କୋପ । ବ୍ରାଜିଲ୍‌ରେ ବନ୍ୟା ତାଣ୍ଡବ ରଚିଛି । ବାଦଲଫଟା ବର୍ଷା ପରେ ଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ ପ୍ରାୟ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିପନ୍ନଙ୍କୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ସ୍ଥାନୀୟ ମଡିଆ ରିପୋର୍ଟ ଅନୁଯାୟୀ, ବ୍ରାଜିଲର ଦକ୍ଷିଣପୂର୍ବ ସମୁଦ୍ର ଉପକୂଳବର୍ତ୍ତୀ  ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭୟଙ୍କର ରୂପ ଧରି ସ୍ଥଳଭାଗକୁ ସମୁଦ୍ର ପାଣି ମାଡ଼ିଆସିଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ଅନେକ ଲୋକ ନିଖୋଜ ହୋଇଥିବା ଜଣାପଡିଛି । ପ୍ରବଳ ବର୍ଷାରେ ରାସ୍ତାଘାଟ ଧୋଇଯାଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରାଜିଲର କାର୍ନିବାଲ ସମାରୋହରେ ସାମିଲ ହେବାକୁ ଆସିଥିବା ପର୍ଯ୍ୟଟକ ବନ୍ୟାରେ ପସଯାଇଛନ୍ତି । ବନ୍ୟାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।   

ବ୍ରାଜିଲର ସାଓ ପାଉଲୋ ରାଜ୍ୟର ତଟୀୟ ଅଞ୍ଚଳରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ବ୍ରାଜିଲ୍ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ୬ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୫୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ସମୁଦ୍ରରେ ଏକ ମିଟରରୁ ଅଧିକ ଉଚ୍ଚରେ ଜୁଆର ଉଠୁଛି। ଜଳମଗ୍ନ ହୋଇଛି ଅଧିକାଂଶ ଅଞ୍ଚଳ । ବନ୍ୟା ଓ ଭୂସ୍ଖଳନ ଯୋଗୁ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୫୬୬ଜଣ ବାସହରା ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ତଳି ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ସାଓ ପାଉଲୋର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ସ୍ଥାନୀୟ ପାଣିପାଗ ବିଭାଗ । ବନ୍ୟା ବିପତ୍ତିରୁ ଲୋକଙ୍କ ଉଦ୍ଧାର କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ସ୍ଥିତିରୁ ନଜରରେ ରଖି ମୃତକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଂକା କରାଯାଉଛି । ବ୍ରାଜିଲ୍ ସରକାରଙ୍କ ପକ୍ଷରୁ ସାଓ ପାଓଲୋର ୬ଟି ସହରରେ ୧୮୦ ଦିନ ବିପର୍ଯ୍ୟଣ ଘୋଷଣା କରାଯାଇଛି । ବିପନ୍ନଙ୍କ ପାଖରେ ଅତ୍ୟାବଶ୍ୟକ ସମାଗ୍ରୀ ପହଞ୍ଚାଇ ଦେଉଛନ୍ତି ସରକାର ।  

   Related Posts