ପୁରୀରେ ବନ୍ୟା, ଭାର୍ଗବୀ ନଦୀ ଜଳରେ ୧୦ଟି ଜନବସତି ଜଳବନ୍ଦୀ
17/08/2022 at 4:35 PM
ପୁରୀ, ୧୭/୦୮: ପୁରୀ କାଠପୋଲରୁ ବାହାରିଥିବା ଭାର୍ଗବୀ ନଦୀର ଏକ ନଳା ଦେଇ ପ୍ରବାହ କରୁଥିବା ବନ୍ୟାଜଳ ଦଶଟି ଜନବସତିକୁ ଜଳବନ୍ଦୀ କରି ଦେଇଛି । ତଳଜଙ୍ଗ କର୍ପୁର ହରିଚନ୍ଦନପୁର ରାସ୍ତାର ସରବନ୍ଧ ଠାରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏହି ଘାଇଦେଇ ଭାର୍ଗବୀ ବନ୍ୟାଜଳ ଗ୍ରାମାଞ୍ଚଳରେ ପ୍ରବେଶ କରୁଛି । ପୁରୀ ସଦର ବ୍ଲକ୍ ଉତ୍ତରକୋଣା ସହ ନୂଆ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରିଜ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଗ୍ରାମବାସୀ ନିଜସ୍ଵ ଉଦ୍ୟମରେ କରିଥିବା ଅସ୍ଥାୟୀ ବାଉଁଶ ଭରା ଦେଇ ଅତି ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି। ସେହିପରି ନୂଆଗାଁର ହରିଜନ ସାହି, ଭୋଇ ସାହି ବାସିନ୍ଦା ଜଳବନ୍ଦୀ ଘେରରେ ରହିଛନ୍ତି। ଶାସନ ଦାମୋଦରପୁର ପଞ୍ଚାୟତ ସରପଞ୍ଚ ଓ ସମିତି ସଦସ୍ୟା ପହଞ୍ଚି ଦୁଃଖ ଦୁର୍ଦ୍ଦଶାରେ ଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023