ଦୁର୍ଦ୍ଦିନରେ ବନ୍ୟା ବିପନ୍ନ; ତହସିଲଦାରଙ୍କ ପାଦ ତଳେ ପଡ଼ି ଜରିପାଲ ପାଇଁ ନେହୁରା ହେଲେ ଜିଲ୍ଲା ପରିଷଦ ସଭ୍ୟ
20/08/2022 at 10:09 PM

ସୋନପୁର ୨୦/୦୮: ଖଣ୍ଡିଏ ଜରି ପାଲ ପାଇଁ ତହସିଲଦାରଙ୍କ ଗୋଡ଼ ଧରି ଗୁହାରି କଲେ ଜିଲ୍ଲା ପରିଷଦ ସଦସ୍ୟ। ଏଭଳି ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଚଳିତ ବନ୍ୟାରେ ବିରମହାରାଜପୁର ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଛି। ତେବେ ଗରିବ ଲୋକମାନେ ତହସିଲ ଅଫିସକୁ ଆସି ଖଣ୍ଡେ ଜରି ପାଲ ନପାଇ ଫେରୁଛନ୍ତି। ଖମ୍ବେଶ୍ବରୀପାଲି ଗାଁରୁ କିଛି ଲୋକ ତହସିଲ ଅଫିସକୁ ଜରିପାଲ ପାଇଁ ଯାଇଥିଲେ। କିନ୍ତୁ ସେମାନେ ସେଠାରୁ ଜରି ନପାଇ ଖାଲିହାତରେ ଫେରିଥିଲେ।
ଏନେଇ ବିରମହାରାଜପୁର ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁଙ୍କୁ ଲୋକମାନେ ଏନେଇ ଜଣାଇଥିଲେ। ଫଳରେ ଲବ ସାହୁ ତହସିଲ ଅଫିସକୁ ଯାଇ ଲୋକମାନଙ୍କୁ ଜରି ପାଲ ଯୋଗାଇ ଦେବା ପାଇଁ ତହସିଲଦାରଙ୍କୁ ନେହୁରା ହୋଇଥିଲେ। ଏପରିକି ସେ ଓ ତାଙ୍କ ସାଙ୍ଗରେ ଥିବା ସହଯୋଗୀମାନେ ତହସିଲଦାରଙ୍କ ଗୋଡ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି। କେବଳ ତହସିଲଦାର ନୁହେଁ ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ଧରି ସେମାନେ ଜରି ପାଲ ଯୋଗାଇ ଦେବାକୁ କାକୁତି ମିନତି ହୋଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଭିଡିଓ…