ମହାନଦୀ ଓ ଶାଖା ନଦୀରେ ବଢୁଛି ଜଳସ୍ତର, ଚିନ୍ତାରେ ତଳିଆ ଅଞ୍ଚଳବାସୀ

Published By : Prameya-News7 Bureau | August 16, 2022 IST

କେନ୍ଦ୍ରାପଡ଼ା ୧୬।୦୮: ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି l ଫଳରେ ଚିନ୍ତାରେ ଏବେ ନଦୀ କୂଳିଆ ଲୋକେ l କେନ୍ଦ୍ରାପଡା ଜିଲ୍ଲାର ଲୁଣା, କରାଣ୍ଡିଆ, ଚିତ୍ରୋପୋଳା, ପାଇକା ନଦୀରେ ଜଳସ୍ତର ଲଗାତର ଭାବରେ ବଢିବାରେ ଲାଗିଛି । ବିଶେଷ ଭାବେ ଡେରାବିଷ, ଗରଦପୁର, ମାର୍ଶାଘାଇ ମହାକାଳପଡ଼ାର ତଳିଆ ଅଞ୍ଚଳ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି l

{"id":671544,"sizeSlug":"full","linkDestination":"none"}

 ତେବେ ନଦୀ ବନ୍ୟା ଜଳସ୍ତର ବୃଦ୍ଧି ଲାଗି ତଳିଆ ଅଞ୍ଚଳରେ ପାଣି ପଶିଛି। ମାର୍ଶାଘାଇ ବ୍ଲକ ଅୟତିପୁର ପଞ୍ଚାୟତ  ଢ଼ିଅବଳ ରାମପୁର, ପଖଟ, କଣିବାଙ୍କ, ଜଳପୋକ, ବଟିରା ଗରଦପୁର ବ୍ଲକ୍‌ର ହୁରା ସାହି, ଶିଶୁଆ, ସଠିଲୋ, ସଲାର ଜଳପୋକ ଗାଁ ଆଦି ପାଣି ଘେରରେ ରହିଛି।  ସେପଟେ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଦୁର୍ବଳ ଥିବା ବିଭିନ୍ନ ନଦୀ ବନ୍ଧ ଓ ତଳିଆ ଅଞ୍ଚଳକୁ ଚିହ୍ନଟ କରାଯାଇ ନଜର ରଖାଯାଇଛି। ବିଶେଷ କରି ତଳିଆ ଅଞ୍ଚଳରେ ଥିବା ୧୫ଟି ପଞ୍ଚାୟତ ଉପରେ ନଜର ରଖାଯାଇଛି। ବନ୍ୟା ପାଣି ଗାଁରେ ପଶିଲେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିବା ପାଇଁ ଜିଲ୍ଲାରେ ଏନଡ଼ିଆରଏଫର ଗୋଟିଏ ଟିମ, ଓଡ୍ରାଫର ଦୁଇଟି ଟିମ ଓ ଅଗ୍ନିଶମ ବିଭାଗ ୪ ଟିମ ବ୍ଲକରେ ନିୟୋଜିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.