Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଲଗାଣ ବର୍ଷାରେ ବେହାଲ ବରଗଡ : ବିଭିନ୍ନ ଗାଁରେ ପଶିଲା ବନ୍ୟା ଜଳ

14/08/2022 at 12:16 PM

ବରଗଡ,୧୪/୮ : ବରଗଡ଼ରେ ଗତ ତିନିଦିନ ଧରି ଜାରି ରହିଛି ଲଗାଣ ବର୍ଷା । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିଚାଲିଥିବା ବେଳେ ଜିଲ୍ଲାର ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି , ଘୁଘୁରାପାଲି, ବାରଙ୍ଗକୋଟ ଓ ବେନିଆପାଲି ଗାଁ ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଛି ।

ବନ୍ୟାପାଣିରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ରହିଥିବା ବେଳେ ଘରେ ଘରେ ପାଣି ପ୍ରବେଶ କରୁଛି । ଗ୍ରାମବାସୀ ବର୍ତ୍ତମାନ ଗାଁ ଛାଡି ନିଜ ଗୃହ ପାଳିତ ପଶୁଙ୍କୁ ନେଇ ବନ୍ୟା ଆଶ୍ରୟସ୍ଥଳୀକୁ ଚାଲିଯାଉଥିବା ଦେଖିବାକୁ ମିଳିଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ   ଜଳଭଣ୍ଡାରର ଜଳସ୍ତର ବଢିଚାଲିଛି ।

ବର୍ତ୍ତମାନ ସୁଦ୍ଧା ହୀରାକୁଦର ସମୁଦାୟ ୩୪ଟି ଗେଟ ଖୋଲିଥିଲେ ମଧ୍ୟ  ଛାତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ଆହୁରି ବଢିବା ସହ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।

   Related Posts