ହାଡୁଆ ନାଳରେ ବନ୍ୟାଜଳ ବୃଦ୍ଧି : ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁ, ପାଣିଘେରରେ ୩୫ ପରିବାର
16/08/2022 at 10:47 AM

ଆଠଗଡ ୧୬।୮: ମହାନଦୀରେ ବନ୍ୟା ଆସିବା ଫଳରେ ନଦୀ କୁଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଜଙ୍ଗଲ ମଧ୍ୟରେ ଥିବା ହାଡୁଆ ନାଳରେ ବନ୍ୟାଜଳ ବୃଦ୍ଧି ପାଇଛି । ଯାହା ଫଳରେ ନରସିଂହପୁର ବ୍ଲକର ଦେବଭୂମି ପଞ୍ଚାୟତର ଦଳକ ଗ୍ରାମଟି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଗ୍ରାମରେ ଥିବା ପ୍ରାୟ ୩୫ ପରିବାରର ଦେଢ଼ ଶହରୁ ଉର୍ଦ୍ଧ୍ବ ଲୋକ ଏବେ ପାଣି ଘେରରେ ରହିଛନ୍ତି । ପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023