ଚାଷ ଜମିରେ ଜମିଛି ଅଣ୍ଟାଏ ଅଣ୍ଟାଏ ପାଣି, ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ
18/08/2022 at 2:35 PM

ସାଲେପୁର ୧୮।୮: କଟକ ସଦର ବ୍ଲକ୍ ଅନ୍ତର୍ଗତ କିଶନନଗର ତହସିଲ ଅଞ୍ଚଳରେ ୭ରୁ ଅଧିକ ଗ୍ରାମରେ ଶହ ଶହ ଏକର ଧାନ ଚାଷ ଜମି ଜଳମଗ୍ନ ହୋଇଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିରହିଛି । ହାତ ଉଧାରୀ ଓ ବ୍ୟାଙ୍କ ଋଣ କରି ଚାଷୀ ଧାନ ଚାଷ କରିବା ପାଇଁ ତଳି ରୋଇଥିଲେ । ଲଗାତାର ତିନି ଦିନ ବ୍ୟାପି ବର୍ଷା ହେବାରୁ ଚାଷ ଜମିରେ ଅଣ୍ଟାଏରୁ ଅଧିକ ପାଣି ଜମି ରହିଛି । ତଳି ସବୁ ପାଣିରେ ପଚିସଢ଼ି ନଷ୍ଟ ହୋଇଯିବ । ଚାଷୀ ମୁଣ୍ଡରେ ଚଡକ ପଡିଛି । କିଭଳି ଜମିରୁ ପାଣି ନିଷ୍କାସନ ହେଲେ ଉଜୁଡି ଯାଉଥିବା ଫସଲ ବଞ୍ଚିଯିବ । ଦୁଃଖ ଓ ପରିତାପର ବିଷୟ ଚାଷୀ ପାଖରେ ପ୍ରଶାସନ ପହଞ୍ଚି ପାରିନାହିଁ । ଅନ୍ୟପଟେ ଚାଷ ଜମିରେ ପାଣି ଜମିବା ପାଇଁ ଡ୍ରେନେଜ ବିଭାଗ ଦାୟୀ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023