ମାନୁନାହାନ୍ତି ଅମାନିଆ, ଭୀମକୁଣ୍ଡର ଓ୍ୱାଚ୍‌ ଟାଓ୍ୱାରରେ ଚଢି ଉଠାଉଛନ୍ତି ସେଲ୍‌ଫି

Published By : Prameya-News7 Bureau | August 03, 2023 IST

ପାଟଣା ୦୩।୦୮ : ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାର ସ୍ଥିତି ବେହାଲ । ବୈତରଣୀ ନଦୀ ଫୁଲି ଅଶାନ୍ତ ହୋଇ ଉଗ୍ରରୁପ ଧାରଣ କରିଛି । ବୈତରଣୀର ଘୁ ଘୁ ଶବ୍ଦ ଲୋକଙ୍କ ମନରେ ଭୟର ସଞ୍ଚାର କରୁଛି ବନ୍ୟାଜଳ । କେନ୍ଦୁଝରର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ବୈତରଣୀ ନଦୀର ବନ୍ୟାଜଳ ପ୍ରବାହିତ ହେବା ଫଳରେ ଏବେ ଅଶାନ୍ତ ହୋଇଉଠିଛି ।

ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ କ୍ରମଶଃ ଭୟଙ୍କର ରୂପଧାରଣ କରୁଛି ଭୀମକୁଣ୍ଡ । ବନ୍ୟାଜଳର ବେଗ ଭୀମକୁଣ୍ଡର ବିଶାଳ ପ୍ରସ୍ତରରେ ପିଟି ହୋଇ ଅଧିକ ତୀବ୍ର ହେଉଛି । ଅନ୍ୟ ଦିନେ ଭୀମକୁଣ୍ଡର  ଶାନ୍ତ, ଶୀତଳ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ, ଭୀମକୁଣ୍ଡର ଉଗ୍ରରୂପ ଦର୍ଶକଙ୍କ ମନରେ ଭୟ ସୃଷ୍ଟି କରୁଛି। ତେବେ ଭୀମକୁଣ୍ଡ ଅଶାନ୍ତ ହୋଇ ପଡ଼ିଥିବା ବେଳେ କିଛି ଅମାନିଆ ଯୁବକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ବିପଦପୂର୍ଣ୍ଣ  ଭାବରେ ନଦୀ ଗର୍ଭରେ ଥିବା ୱାଚ୍ ଟାୱାରକୁ ଯାଇ ଫୋଟ ଓ ଭିଡିଓ ଉତ୍ତୋଳନ କରୁଛନ୍ତି । ଯାହାକି ଆଗକୁ ଏଠାରେ ଏକ ବଡ ଅଘଟଣ ଘଟିବାର ଆଶଙ୍କା କରାଯାଉଛି।

ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଅମାନିଆ ମାନେ ଭୀମକୁଣ୍ଡକୁ ଆସି ୱାଚ୍ ଟାୱାରକୁ ଅତି ବିପଦ ପୂର୍ଣ୍ଣ ଭାବରେ ଚଢି ସେଲ୍ଫି ନେବା ସହ ଡ୍ରୋନ କ୍ୟାମେରାରେ ଭିଡିଓ ଉତ୍ତୋଳନ କରିଛନ୍ତି  ।  ଅଘଟଣକୁ ଏଡାଇବା ପାଇଁ ପ୍ରଶାସନ ଦୃଷ୍ଟି ଦେବା ଲାଗିବିଭିନ୍ନ ମହଲ ରେ ଦାବି ହୋଇଛି। ବନ୍ୟା ସମୟରେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଏସଆରସି ଆଗୁଆ ପଦକ୍ଷେପ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପାଟଣା ବ୍ଲକ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉନାହିଁ ।

wp:embed {"url":"https://www.prameyanews7.com/salman-butt-praises-ms-dhoni/","type":"wp-embed","providerNameSlug":"prameya-news-7"}
https://www.prameyanews7.com/salman-butt-praises-ms-dhoni/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.