ବାଙ୍କି ୧୪।୦୮: ଲଗାଣ ବର୍ଷା ଲାଗି ଫୁଲୁଛି ମହାନଦୀ । ଆସିପାରେ ବନ୍ୟା । ଘୋଡ଼ାବର-ରତାଗଡ ଗାଁକୁ ସଂଯୋଗ କରୁଥିବା ହୁଳୁହୁଳ। ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଛି । ପ୍ରାୟ ଦୁଇଫୁଟ ବନ୍ୟା ଜଳ ପ୍ରବାହିତ ହେବା ପରେ ଯାତାୟାତ ଏକ ପ୍ରକାର ବାଧାପ୍ରାପ୍ତ ।
ତେବେ ଏହି ପୋଲ ଉପରେ ନିର୍ଭର କରୁଥିବା ବାଙ୍କୀର ଘୋଡ।ବର, ରାତାଗଡ଼, ବନ୍ଦ।ଳ, ବାଉଁଶପୁଟ, ସୋନପୁର ଆଦି ୬ଟି ପଞ୍ଚାୟତ ଓ ପାଖ ତିଗିରିଆ ଅଞ୍ଚଳର ଲୋକଙ୍କ ଯାତାୟାତ କରିଥାନ୍ତି । ମହାନଦୀରେ ଜଳସ୍ତର ଯଦି ଏହିଭଳି ବୃଦ୍ଧିପାଏ ତେବେ ଆଗକୁ ଅଧିକ ବନ୍ୟାଜଳ ପ୍ରବାହିତ ହେବା ସହିତ ଲୋକଙ୍କ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଯିବ । ଏବେ ମୁଣ୍ଡଳି ଡ୍ୟାମ ଦେଇ ୫ ଲକ୍ଷ ୩୦ ଘନ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି । ସନ୍ଧ୍ୟା ସୁଦ୍ଧା୭ ଲକ୍ଷ ଘନ ଫୁଟ୍ ବନ୍ୟାଜଳ ମଣ୍ଡଳୀ ପାସ କରିବ ବୋଲି ବାଙ୍କୀ ଜଳସମ୍ପଦ ଅଧିକାରୀ ପ୍ରଭାସ ଚନ୍ଦ୍ର ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି । ଯଦି ୭ ଲକ୍ଷ ଘନ୍ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହୁଏ, ତେବେ ବାଙ୍କିରେ ବନ୍ୟା ଆସିପାରେ । ଏନେଇ ପ୍ରଶାସନ ମଧ୍ୟ ସତର୍କ ହୋଇଛି ।