vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ହୀରାକୁଦରୁ ୨୦ଗେଟ୍ ଦେଇ ଛଡାଯାଇଥିବା ବନ୍ୟାଜଳ ପହଞ୍ଚିଲା ମୁଣ୍ଡୁଳିରେ : ବନ୍ୟା ଆଶଂକା ନାହିଁ, ହେଲେ ଭାସି ଆସିଛନ୍ତି ବହୁ କୁମ୍ଭୀର ଓ ଅଜଗର

17/08/2019 at 4:02 PM

କଟକ ୧୭|୮: ମହାନଦୀରେ ଆସିଛି ଦ୍ୱିତୀୟ ବନ୍ୟାଜଳ । ତେବେ ପ୍ରଥମ ବନ୍ୟାଜଳ ନଦୀରୁ ନିଷ୍କାସିତ ହେଇ ସାରିଥିବାରୁ ଆଉ କଟକ ଜିଲ୍ଲା କିମ୍ବା ତଳିଆ ଅଞ୍ଚଳ ପାଇଁ ବନ୍ୟାର ଆଶଙ୍କା ନାହିଁ । ତେବେ ପ୍ରଥମ ଓ ଦ୍ୱିତୀୟ ବନ୍ୟାଜଳରେ କଟକ ଜିଲ୍ଲାର ପାଞ୍ଚ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ସେପଟେ ବନ୍ୟାଜଳରେ କିଛି କୁମ୍ଭୀର ଓ ଅଜଗର ଭାସି ଆସିବା ମୁଣ୍ଡଳୀ ଓ ନରାଜ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

ମହାନଦୀ ଓ କାଠଯୋଡିରେ ଆସିଛି ଦ୍ୱିତୀୟ ବନ୍ୟାଜଳ । ହୀରାକୁଦ ୨୦ଟି ଗେଟ୍ ଦେଇ ଛାଡିଥିବା ବନ୍ୟାଜଳ ଆଜି ସକାଳୁ ମୁଣ୍ଡଳୀ ଓ ନରାଜ୍ ରେ ପହଞ୍ଚିଛି । ଫଳରେ ପୁଣି ଥରେ ମହାନଦୀ ଓ କାଠଯୋଡିରେ ଜଳ ସ୍ତର ବୃଦ୍ଧି ପାଇଛି । ନରାଜ ନିକଟରେ ବିପଦ ସଙ୍କେତ ୨୬ ଦଶମିକ ୪୧ ଫୁଟ୍ ଥିବା ବେଳେ, ଆଜି ଅପରାହ୍ନ ସୁଦ୍ଧା ସେଠାରେ ଜଳ ସ୍ତର ୨୫ ଫୁଟ୍ ରୁ ସାମାନ୍ୟ ଅଧିକ ଥିଲା । ତେବେ ବର୍ଷା କମିଯାଇଥିବାରୁ ଏବେ ଆସିଥିବା ନୂଆ ବନ୍ୟା ଜଳ ଯୋଗୁଁ କଟକ କିମ୍ବା ଜଗତସିଂହପୁର ଜିଲ୍ଲାରେ ବନ୍ୟା ଆଶଙ୍କା ଆଦୌ ନାହିଁ । ନଦୀ କୂଳିଆ ଲୋକଙ୍କ କହିବା ଅନୁସାରେ ଏହି ପାଣି ନଦୀ ଭିତରେ ହିଁ ଚାଲିଯିବ ।

ଆଜି ସକାଳୁ ମୁଣ୍ଡଳୀ ନିକଟରେ ହୀରାକୁଦ ପାଣି ପହଞ୍ଚିବା ପରେ ଜଳ ସ୍ତର ବଢିଥିଲା । ପୂର୍ବାହ୍ନ ୧୨ଟା ସୁଦ୍ଧା ମୁଣ୍ଡଳୀରେ ସେକେଣ୍ଡକୁ ସାଢେ ଚାରି ଲକ୍ଷ ଘନଫୁଟ୍ ଜଳ ପ୍ରବାହିତ ହେଉଥିଲା. । ପରେ ଏହା ବଢି ସାଢେ ପାଞ୍ଚ ଲକ୍ଷ ଘନଫୁଟ୍ ରେ ପହଞ୍ଚି ଥିଲା । ବନ୍ୟାର ଆଶଙ୍କା ନଥିଲେ ମଧ୍ୟ କଟକ ଜିଲ୍ଲାରେ ପାଞ୍ଚ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି.। ସେପଟେ ବନ୍ୟାଜଳରେ କିଛି କୁମ୍ଭୀର ଓ ଅଜଗର ସାପ ଭାସି ଆସି ନଦୀ କୂଳିଆ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି ।

ଆଜି ରାତିରେ  ହିଁ ଉଭୟ ମହାନଦୀ ଓ କାଠଯୋଡିରେ ଜଳ ସ୍ତର କମିବ ବୋଲି ଜଳ ସମ୍ପଦ ବିଭାଗ କହିଛି । ଆଜି ୧୦ଟି ଗେଟ୍ ଦେଇ ହୀରାକୁଦ୍ ଯେଉଁ ବନ୍ୟା ଜଳ ଛାଡିଛି, ତାହା ମୁଣ୍ଡଳୀ ଓ ନରାଜ ପହଞ୍ଚିବାକୁ ଆହୁରି ୪୮ଘଣ୍ଟା ସମୟ ଲାଗିବ । ସେତେ ବେଳକୁ ଏବେ ଥିବା ପାଣି ସମ୍ପୂର୍ଣ୍ଣ ଭାବେ ସମୁଦ୍ରକୁ ନିଷ୍କାସିତ ହେଇସାରିଥିବ ବୋଲି ଜଳ ସମ୍ପଦ ବିଭାଗ ତରଫରୁ କୁହାଯାଇଛି ।

   Related Posts