ମଙ୍ଗଳପୁର ବାଘଡିଆଁ ପୋଲ ଉପରେ ୪ ଫୁଟର ବନ୍ୟାଜଳ, ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

Published By : Prameya-News7 Bureau | August 20, 2022 IST

କେନ୍ଦୁଝର ୨୦/୦୮: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଭଣ୍ଡା-ପଡୁଆ ରାସ୍ତାର ମଙ୍ଗଳପୁର ନିକଟରେ ବାଘ ଡିଆଁ ନାଳର ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଚମ୍ପୁଆ ବ୍ଲକର ଦୁଇଟି ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ୱ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ଫଳରେ ଲୋକେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଜରୁରୀ କାଳୀନ ସେବାରୁ ବଞ୍ଚିତ ହୋଇଛନ୍ତି । ବିଶେଷ କରି ଉକ୍ତ ପଞ୍ଚାୟତର ରୋଗୀମାନେ ନିଜ ନିଜର ସ୍ୱାସ୍ଥ୍ୟସେବା ପାଇଁ ଭଣ୍ଡା ମେଡିକାଲକୁ ଆସି ପାରୁନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.