ଲଖନପୁର ବ୍ଲକର ୪ଟି ଗାଁରେ ବନ୍ୟା ସ୍ଥିତି, ଅସ୍ଥାୟୀ କ୍ୟାମ୍ପଙ୍କୁ ଗଲେ ତଳିଆ ବାସିନ୍ଦା

Published By : Prameya-News7 Bureau | August 15, 2022 IST

ଝାରସୁଗୁଡ଼ା ୧୫।୦୮: ରାଜ୍ୟରେ ଏବେ ବନ୍ୟା ସ୍ଥିତି । ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ଲାଗି ସବୁ ନଦୀର ଜଳସ୍ତର ବଢିବାରେ ଲାଗିଛି । ଏହିକ୍ରମରେ ମଧ୍ୟ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ୪ଟି ଗାଁରେ ବନ୍ୟା ସ୍ଥିତି ଦେଖାଦେଇଛି । ଲଖନପୁର ବ୍ଲକର ସୁଖାସୋଢା, ସେମଲିଆ, ଚିଖିଲି, ମୁହୁଦୀ ଗାଁର  ନିକଟକୁ ଆସିଲାଣି ବନ୍ୟା ଜଳ l ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଖାସ୍‌ କରି ଗାଁ ନିକଟରେ ଅସ୍ଥାୟୀ କ୍ୟାମ୍ପ କରିଛି ପ୍ରଶାସନ l ସୁଖାସୋଢା ଗାଁର ୭ ପରିବାରର ୩୦ ଜଣ, ସେମଲିଆରେ ୯ ପରିବାରର ୩୫ଜଣ, ଶରଧାରେ ୧୦ ପରିବାରର ୪୦ ଜଣ ଏବଂ ଚିଖିଳିର ୫ ପରିବାରର ୧୫ ଜଣଙ୍କୁ କ୍ୟାମ୍ପରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.