AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦଳେଇ ଘାଇଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ, ମାଛଗାଁ ନିକଟରେ ଦେବୀ ନଦୀରେ ଘଳିଆ

17/08/2022 at 10:50 AM

ଜଗତସିଂହପୁର ୭।: ଜଗତସିଂହପୁର ଜିଲ୍ଲାରେ ଦେବୀ, ପାଇକା ଓ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇ ଚାଲିଥିବା ଯୋଗୁଁ ଧୀରେ ଧୀରେ ଅଧିକ ଗାଁ ପ୍ରଭାବିତ ହେବାରେ ଲାଗିଛି । ଦେବୀ ନଦୀର ମାଛଗାଁ, ଆଳିପିଙ୍ଗଳ ଓ ଦଳେଇ ଘାଇ ନିକଟରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ମହାନଦୀ ଓ ପାଇକା ନଦୀରେ ମଧ୍ୟ ବନ୍ୟାଜଳ ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ଦଳେଇ ଘାଇଠାରେ ବିପଦ ସଂକେତ ୫୭ଫୁଟ ରହିଥିବା ବେଳେ ଏଠାରେ ୬୦ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏଠାରେ ଲୋକଙ୍କ ଭିଡ଼ ଜମୁଥିବା ସହ ଏହି ସ୍ଥାନ ଉପରେ ସମସ୍ତଙ୍କ ନଜର ରହିଛି ।  

ସେହିପରି ଦେବୀ ନଦୀ ବନ୍ଧର ମାଛଗାଁ ନିକଟରେ ଏକ ଘଳିଆ ପଡିଥିବାରୁ ଏହି ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି । ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ସ୍ଥାନରେ ଘଳିଆକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ମଙ୍ଗଳବାର ରାତିଠାରୁ ବୁଧବାର ବନ୍ୟାଜଳ ଅଧିକ ବୃଦ୍ଧି ପାଉଥିବାରୁ କୁଜଙ୍ଗ ଓ ତିର୍ତ୍ତୋଲର ୨୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇରହିଛି ।

   Related Posts