ସ୍ୱାଭାବିକ ହେଉଛି ସ୍ଥିତି, ବିପଦ ସଙ୍କେତ ତଳେ ବିଭିନ୍ନ ନଦୀର ଜଳସ୍ତର- ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
23/08/2022 at 11:56 AM

ଭୁବନେଶ୍ୱର ୨୩।୦୮: ବନ୍ୟା ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଛି। ମହାନଦୀ ସମେତ ଅନ୍ୟ ନଦୀର ସ୍ଥିତିରେ ସୁଧାର ଆସିଛି ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ନଦୀର ଜଳ ସ୍ତର କମୁଛି। ବିପଦ ସଂକେତ ତଳେ ରହିଛି ବିଭିନ୍ନ ନଦୀର ଜଳସ୍ତର। ଅନ୍ୟ କୌଣସି ନଦୀରେ ଘାଇ ହୋଇନାହିଁ। କେବଳ ମହାନଦୀ ସିଷ୍ଟମରେ ଘାଇ ହେଇଛି। ଏବେ ସବୁ ଘାଇର ଅସ୍ଥାୟୀ ଭାବେ ମରାମତି ହେଉଛି। ସେପ୍ଟେମ୍ବର ମାସରେ ସ୍ଥାୟୀ ମରାମତି ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023