ଆସାମ ,ବିହାର ଓ ୟୁପିରେ ବନ୍ୟା ପରିସ୍ଥିତି ସଙ୍ଗୀନ: ୬୯ ମୃତ, ୫୦ଲକ୍ଷ ଲୋକ ପ୍ରଭାବିତ

Published By : Prameya-News7 Bureau | July 17, 2019 IST

ଆସାମ ଓ ବିହାରରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅଧିକ ସଙ୍ଗୀନ ହେବାରେ ଲାଗିଛି। ବିହାରରେ ଏଯାବତ ବନ୍ୟା ଜନିତ ୩୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଟି ଜିଲ୍ଲାରେ ୨୫.୭୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ୫ଟି ନଦୀ  ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ୧୩ ଏନ୍ ଡିଆରଏଫ୍  ଏବଂ ଏସ୍ ଡିଆରଏଫ୍  ଟିମ୍  ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟରେ ୪୫,୦୫୩ ଲୋକଙ୍କ ପାଇଁ ୧୨୫ ରିଲିଫ୍  ଶିବିର ଖୋଲିଛି। କାଲିଠୁ ଜାରି ରହିଥିବା ବର୍ଷା ହେତୁ ଆସାମ ଓ ବିହାରରେ ମୃତ୍ୟୁ ସଂଖ୍ୟା ୫୫ରେ ପହଞ୍ଚିଛି।

{"id":134724}

ସେହିଭଳି ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ହେତୁ ଉତ୍ତରପ୍ରଦେଶରେ ୧୪ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିବା ପରେ ରେଡ ଆଲର୍ଟ ଜାରି କରାଯାଇଛି । ୨୪ଘଣ୍ଟା ଭିତରେ ୬ଟି ଜିଲ୍ଲାରେ ୨୦୪ ମିଲିମିଟର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

{"id":134725}

 ବନ୍ୟାରେ ଆସାମର ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ରର ବନ୍ୟା ପାଣି ଜୋରାହାଟ, ତେଜପୁର, ଗୌହାଟି, ଗୋଲପଡା, ଡୁବ୍ରି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି । କାଜିରଙ୍ଗା ନ୍ୟାସନାଲ ପାର୍କର ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ଯାଇଛି। ଫଳରେ ସେଠାରେ ଥିବା ବନ୍ୟ ଜୀବଜନ୍ତୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଡହଳ ବିକଳ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

{"id":134726}

 ଜଳାର୍ଣ୍ଣବ କାଜିରଙ୍ଗାରେ କିଭଳି ଭାବେ ହରିଣମାନେ ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ଏବଂ ବନ୍ୟଜନ୍ତୁଙ୍କୁ ବଞ୍ଚାଇବାକୁ କିଭଳି ତାର ଦୃଶ୍ୟ ରହିଛି ।କେତେକ ଅଞ୍ଚଳରେ ପାଣି କମୁଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ କମୁନାହିଁ ।

{"id":134727}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.