ବନ୍ୟା ସ୍ଥିତି ସୁଧୁରିଛି, ସବୁ ନଦୀରେ ଜଳସ୍ଥର କମିଛି – ଏସଆରସିଙ୍କ ସୂଚନା
15/10/2018 at 3:29 PM

ଭୁବନେଶ୍ୱର ୧୫/୧୦ : ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ | ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଏବଂ ଗଜପତି ଜିଲ୍ଲାକୁ ଛାଡିଦେଲେ ରାଜ୍ୟ ଅନ୍ୟ କେଉଁଠି ବର୍ଷା ହୋଇନାହିଁ | ସବୁ ନଦୀର ଜଳସ୍ଥର ବିପଦ ସଂକେତ ରହିଛି | ଆସିକାରେ ବିଦ୍ୟୁତ ସଂଯୋଗ ଦିଆଯାଇଛି | ପୁରୁଷୋତ୍ତମପୁରରେ ସ୍ଥିତି ସାମାନ୍ୟ ରହିଛି | ପାତ୍ରପୁର ବ୍ଲକରେ ମରାମତି ଓ ପୁନରୁଦ୍ଧାର କାମ ଜୋରସୋରରେ ଚାଲିଛି | ରାୟଗଡାରେ ରାସ୍ତା ଯୋଗାଯୋଗ ସୁଧାରିବା ଲାଗି ୩ଟି ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି | ୩ ଜିଲ୍ଲାର ଅନେକ ଚାଷଜମି ବନ୍ୟାରେ କ୍ଷତି ହୋଇଥିବା ଏସଆରସି କହିଛନ୍ତି |
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023