ଖୋର୍ଦ୍ଧା, ବାଙ୍କି ଓ ପଟ୍ଟାମୁଣ୍ଡାଇରେ ବନ୍ୟା, ପୁଣି ୧୨ରୁ ପ୍ରବଳ ବର୍ଷା ଆଶଂକା ଯୋଗୁଁ ଲୋକେ ଆତଙ୍କିତ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର୧୦|୯: ମହାନଦୀରେ ଅକାତ କାତ ପାଣି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ମହାନଦୀ ଉପକୂଳରେ ଥିବା  ଗାଁ, ଗଣ୍ଡା, ରାସ୍ତାଘାଟ, ଚାଷଜମିରେ ବଢି ପାଣି ମାଡିଯାଇଛି । କଟକ ଜିଲ୍ଲା ବାଙ୍କୀ ଉପକଣ୍ଠର ୧୫ଟି ପଞ୍ଚାୟତ ଜଳବନ୍ଦୀ । ରତାଗଡ ପଞ୍ଚାୟତର ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।ସେ ହିଭଳି ଓସ୍ତିଆ ପଞ୍ଚାୟତର ଆନନ୍ଦପୁରଠାରେ ୬ଫୁଟ ଉଚ୍ଚ ପାଣି ପ୍ରଭାବିତ ହେଉଥିବା ବେଳେ ଡମପଡା ବ୍ଲକ୍‍ କଇଁଆନାଳ ପୋଲ ଉପରେ ୫ଫୁଟ୍‍ର ପାଣି ଚାଲୁଛି । ଚାଷ ଜମିରେ ପାଣି ମାଡିଯିବାରୁ ହେକ୍ଟର ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ଘରେ ବନ୍ୟାପାଣି ପଶିଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହେଲେ  ଏପର୍ଯ୍ୟନ୍ତ  ବିପନ୍ନଙ୍କ ପାଖରେ ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ ହେଉଛି।

{"id":155820}

ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀରେ ବନ୍ୟା । ଖୋର୍ଦ୍ଧା ବ୍ଲକର ଓରବରସିଂହ ଓ ନରଣଗଡ ପଞ୍ଚାୟତର ବିଭିନ୍ନ ଗାଁରେ ପାଣି ପଶିଯାଇଛି । ହିରିମୁଳ, ଡିହଖଳା, ମାନପୁର, ରାୟପୁର, କୃଷ୍ଣପୁର ଭଳି ୮ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଘର ଭିତରେ ପାଣି ପଶିବା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।

{"id":155821}

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ରାହ୍ମଣୀ ଖରସ୍ରୋତା ଓ କାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ନଦୀକୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି ।ଧୋୟା ଅଞ୍ଚଳରେ ନଈ ବଢି ପାଣି ମାଡିଯାଇଛି । ସିହଂ ଗାଁରେ ପାଣି ପଶିଯାଇଥିବା ଥିବା ବେଳେ  ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ବୋଟ୍ ଯୋଗାଇ ଦେବାକୁ ଦାବି ହୋଇଛି ।

{"id":155822}

ଲଘୁଚାପ ପ୍ରଭାବ କମିଛି। ହେଲେ ଘୂର୍ଣ୍ଣିବଳୟ ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ହୋଇଛି। ଆସନ୍ତା ୧୨ ତାରିଖରୁ ଅଧିକ ବର୍ଷାର ସମ୍ଭାବନା ଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ଆତଙ୍କିତ ।

{"id":155823}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.