ସୋର କାଂଶବାଂଶ ନଦୀର ଜଳସ୍ତର ବୃଦ୍ଧି ; ତଳିଆ ଅଞ୍ଚଳରେ ଚାଷ ଜମିରେ ପଶିଲା ପାଣି
12/10/2018 at 3:36 PM

ବାଲେଶ୍ବର ୧୨|୧୦: ବଲେଶ୍ବର ଜିଲ୍ଲା ସୋରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ କାଂଶବାଂଶ ନଦୀର ଜଳ ପତ୍ତନ ବୃଦ୍ଧି ପାଉଛି । ତଳିଆ ଅଞ୍ଚଳରେ ଚାଷ ଜମିରେ ପାଣି ପସିଛି । ସୋର ମ୍ୟୁନିସିପାଲଟି ୪ ନଂ ୱାର୍ଡରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ୨୦ଟି ପରିବାର ପାଣି ଘେରରେ ରହିଛନ୍ତି । ରାସ୍ତା ଉପରେ ପାଣିର ସୁଅ ଚାଲିଛି। ସୋର ଅଞ୍ଚଳର ପଠାଣମହଲା, କାଜିମହଲା, ଖପରନାଳିରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023