ମାଲକାନଗିରି ମାଥିଲି ବ୍ଲକରେ ବନ୍ୟା

Published By : Prameya-News7 Bureau | August 21, 2018 IST

ମାଲକାନଗିରି୨୧|୮: ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲ୍ଲି ପଞ୍ଚାୟତର ୩ ଟି ଗାଁ ଜଳମଗ୍ନ ହୋଇଛି । ମାରିଗୁଡା, କୁରୁମପାଲ୍ଲି ଓ ମୁଣ୍ଡାଗୁଡା ଗାଁର ଅନେକ ଲୋକଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରି ମହୁପଦର ପଞ୍ଚାୟତ କାର୍ଯ୍ୟାଳୟରେ ଆଣି ରଖିଛନ୍ତି । ଜିଲ୍ଲାର ସମସ୍ତ ନଦୀରେ ଜଳସ୍ତର ଏପର୍ଯ୍ୟନ୍ତ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି । ଗତକାଲି ପାଙ୍ଗାମ ନଦୀ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହୋଇଥିବା ବେଳେ ପୋଲର ଦୁଇପାର୍ଶ୍ବର ଆପ୍ରୋଚ ରୋଡ ଭାଙ୍ଗି ଯାଇଛି । ଫଳରେ ମାଲକାନଗିରି ଜୟପୁର ମଧ୍ୟରେ ଯୋଗାଯୋଗ ସଂପୁର୍ଣ ଭାବେ ବିଚ୍ଛିନ୍ନ ହୋଇଛି । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଜନ୍ତାପାଇ ପଞ୍ଚାୟତ ଅନ୍ତର୍ଗତ ଦଳିଆମ୍ବ ନାଳରେ ଜଣେ ଭାଷିଯାଇ ନିଖୋଜ ଅଛନ୍ତି । ନିଖୋଜ ରାମ ଖିଲଙ୍କୁ ଗାଁ ଲୋକେ ଖୋଜା ଖୋଜି କରୁଛନ୍ତି । ଏଯାଏ ତାଙ୍କର କୌଣସି ପତ୍ତା ମିଳିନାହି । ସେପଟେ ମାଲକାନଗିରି ଛତିଶଗଡ ସିମାନ୍ତ ସାବେରି ନଦୀ ପୋଲ ଉପରେ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ସୁକୁମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ବନ୍ୟାରେ ମାଲକାନଗିରି ଜିଲ୍ଲାରେ ରାସ୍ତା ଘାଟ ଠାରୁ ଆରମ୍ଭ କରି ଶହ ଶହ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଛି । ହେଲେ ପ୍ରଶାସନ ଏଯାଏଁ ସେମାନଙ୍କ ପାଖରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.