ମାଲକାନଗିରିରେ କମୁଛି ବନ୍ୟା ପାଣି : ସୁଧୁରୁଛି ମୋଟୁ ସ୍ଥିତି, ଏବେ ବି ଅନେକ ଅଞ୍ଚଳ ପାଣି ଘେରରେ

Published By : Prameya-News7 Bureau | August 23, 2020 IST

ମାଲକାନଗିରି ୨୩।୦୮: ମାଲକାନଗିରି ଜିଲ୍ଲା ମୋଟୁ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ବର୍ଷା କମିବା ଯୋଗୁଁ ମୋଟୁ ମୁଗିପଏଣ୍ଟରେ ପାଣି କିଛିଟା କମିଛି ତଥାପି ମୋଟୁର ଅନେକ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ଜଳ ମଗ୍ନ ହୋଇ ରହିଛି । ସିଲେରୁ ଓ ସାବେରୀ ନଦୀର ବନ୍ୟା ପାଣି ଯୋଗୁଁ ଗତ ୧୦ ଦିନ ଧରି ମୋଟୁ ତହସିଲର ବିନାୟକପୁର, ଆଲମା, ପେଟା, ମୁରଲିଗୁଡା ଓ ଜିଲେନଗୁଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

{"id":318713,"sizeSlug":"large"}

ଦୁଇ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଥିବା ବେଳେ ତିନି ଶହରୁ ଅଧିକ ଲୋକଙ୍କ ଘର ଭାଙ୍ଗି ଯାଇଛି ।୨୫୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟ ସ୍ଥଳିରେ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ମୋଟୁ ଓ ଚିନ୍ତୁର ମଧ୍ୟରେ ଯୋଗା ଯୋଗ ବିଚ୍ଛିନ୍ନ ରହିଛି । କାଲେରୁ ଗାଁ ନିକଟେ ରାଜ ରାସ୍ତା ଉପରେ ୧୦ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି ।

{"id":318714,"sizeSlug":"large"}

ଓଡିଶାର ମୁଗିପଏଣ୍ଟ ଠାରୁ ଆରମ୍ଭ କରି ଛତିଶଗଡ ଖୁଣ୍ଟା ଓ ଆନ୍ଧ୍ର ପ୍ରଦେଶର ଚିନ୍ତୁରକୁ ବନ୍ୟା ପାଣିରେ ଏକତ୍ରିତ କରି ଦେଇଛି । ଜିଲ୍ଲାର ଉପର ମୁଣ୍ଡର ପାଣି ସିଲେରୁ ଓ ସାବେରି ନଦୀ ନେଇ ମୋଟୁ ଠାରେ ଆସି ଜମା ହେଉଛି ସେପଟେ ଗୋଦାବରି ନଦୀରୁ ଠିକ୍ ଭାବେ ଜଳ ନିଷ୍କାସନ ହେଉ ପାରୁନଥିବାରୁ ମୋଟୁର ପାଣି ଧିରେ ଧିରେ କମୁଛି । ଗୋଦାବରୀ ନଦୀର ବ୍ୟାକ୍ ୱାଟର ଯୋଗୁଁ ମୋଟୁରେ ଏପରି ବନ୍ୟା ପରିସ୍ତିତି ସୃଷ୍ଟି ହୋଇଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଆଗରୁ ଏମିତି ବନ୍ୟା ହେଉନଥିବା ବେଳେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଗତ କିଛି ବର୍ଷ ଧରି ମୋଟୁ ଅଞ୍ଚଳରେ ଏପରି ବନ୍ୟା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.