Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସୁ ସୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର, ଆତଙ୍କିତ ୨୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ

15/07/2022 at 9:37 AM

ଜଗତସିଂହପୁର 15/07: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା।  କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି ତ କେଉଁଠି କୂଳ ଲଙ୍ଘୁଛି ସମୁଦ୍ର। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଂଚାୟତ ଶିଆଳି ନିକଟରେ ଦେଖିବାକୁ ମିଳିଛି ସମୁଦ୍ରର ତାଣ୍ଡବା। ବର୍ଷା ସାଙ୍ଗକୁ କୂଳ ଲଙ୍ଘୁଛି ସମୁଦ୍ର। ଫଳରେ ଶିଆଳି ସମେତ କଳା ବେଦି ଓ ରାମତରା ଗାଁ ଜଳ ମଗ୍ନ ହୋଇଛି। ଏହା ସହିତ 5 ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିରେ ଲୁଣା ମାଡି ଯାଇଛି।

ସେହିପରି ଗୁରୁବାର ବିଳମ୍ବିତ ରାତିରେ ଗଡ଼ ହରିସପୁର ପଂଚାୟତ ନୋଳିଆ ସାହି ଠାରେ ମଧ୍ୟ ସମୁଦ୍ର ଜନ ବସତି ଆଡ଼କୁ ମାଡି ଆସିଛି।  ନୋଳିଆ ସାହି ଗାଁରେ ପାଣି ପଶି ଯାଇ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏବେ ସମୁଦ୍ର ଜୁଆରିଆ ରହୁଥିବାରୁ ଅଧିକ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଥିବାରୁ  ସମୁଦ୍ର ତଟବର୍ତ୍ତି 20 ଟି ଉର୍ଦ୍ଧ୍ବ ଗାଁର ଲୋକମାନେ ଏବେ ଆତଙ୍କିତ।  

ପ୍ରତିବର୍ଷ ବର୍ଷା ଦିନେ ଏଠାରେ ସମୁଦ୍ର ଏମିତି ଉଗ୍ର ରୂପ ଧାରଣ କରି ଜନବସତି ଆଡ଼କୁ ମାଡି ଆସିବା ସହ ବ୍ୟାପକ କ୍ଷତି ଘଟାଇ ଥାଏ।  ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରାନଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

   Related Posts