ଢେଙ୍କାନାଳରେ ବନ୍ୟା ସ୍ଥିତି ସଙ୍ଗୀନ, ସମୀକ୍ଷା କଲେ ଜିଲ୍ଲାପାଳ, ବାଣ୍ଟିଲେ ଶୁଖିଲା ଖାଦ୍ୟ

Published By : Prameya-News7 Bureau | August 28, 2020 IST

ଢେଙ୍କାନାଳ, ୨୮।୦୮:  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ  ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଛି । ବ୍ରାହ୍ମଣୀର ଏହି ବନ୍ୟା ଜଳ ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏପରିକି ଗଁନ୍ଦିଆ ବ୍ଲକର ଦିଗାମ୍ବରପୁର ପଂଚାୟତର ପର୍ବତକଣି  ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି ।

ଏହି ଗାଁର ଚାରିପଟେ ପ୍ରାୟ ଦୁଇ କିଲୋମିଟର ବନ୍ୟପାଣି ଘେରି ରହିଛି । ଫଳରେ ଏହି ଗାଁର ପ୍ରାୟ ୫୦ଟି ପରିବାର ବନ୍ୟା ପାଣିରେ ଜଳବନ୍ଦୀ ହୋଇ ରହିଛନ୍ତି । ଶୁକ୍ରବାର ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଉଲଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ବତନ୍ତ ବୋଟ ଯୋଗେ ଏହି ଗ୍ରାମକୁ ଯାଇଥିଲେ । ଏହି ଗ୍ରାମବାସୀଙ୍କ ଏପରି ସମସ୍ୟାର ସ୍ଥାୟୀ ପ୍ରତିକାର ଓ ରାସ୍ତାଘାଟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

wp:html /wp:html

 ଏହି ଅବସରରେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଓ ଉପ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏହି ବନ୍ୟାବିପନ୍ନ ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହା ସହ ରାନ୍ଧଖାଦ୍ୟର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଗଁନ୍ଦିଆ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.