ରାଜ୍ୟରେ ବନ୍ୟା ପରିସ୍ଥିତି : ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ଆସିଛି ବନ୍ୟା, ତଳିଆ ଅଞ୍ଚଳ ଜଳମଗ୍ନ

Published By : Prameya-News7 Bureau | August 27, 2020 IST

ଭୁବନେଶ୍ବର ୨୭।୮: ଦୁଇ ତିନି ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ହୋଇଛି । ରାଜ୍ୟର ୪୧ଟି ବ୍ଲକରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁଁ ଏଥିପାଇଁ ଭଦ୍ରକ, କେନ୍ଦୁଝରରେ ବନ୍ୟା ହୋଇଛି । ସେହିପରି ଯାଜପୁର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବାଲେଶ୍ବର, ମୟୁରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡାରେ ମଧ୍ୟ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି ।

ତଳିଆ ଅଞ୍ଚଳରେ ବନ୍ୟା ଫଳରେ ଲୋକମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଜାରି ରହିଛି । ବନ୍ୟା କାରଣରୁ ମୟୁରଭଞ୍ଜରେ ଦୁଇ, କେନ୍ଦୁଝରରେ ଜଣଙ୍କର ମୃତ୍ୟୁ ହୋଇଛି । ବାରିପଦା ଟାଉନ୍, କେନ୍ଦୁଝର ହାଟଡିହି, ବାଲେଶ୍ବର, ଯାଜପୁରର ବନ୍ୟା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଜାରି ରହିଛି । ପ୍ରଥମେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପରେ କ୍ଷୟକ୍ଷତି ନେଇ ଆକଳନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.