scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୌଦ୍ଧ ଜିଲ୍ଲାରେ ମହାନଦୀ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ବନ୍ୟା ସ୍ଥିତି ସଙ୍ଗୀନ

15/08/2022 at 1:00 PM

ବୌଦ୍ଧ ୧୫: ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ବୌଦ୍ଧ ଜିଲ୍ଲା ମହାନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀ ଜଳସ୍ତର ସତର୍କ ସଂକେତ ୮୬.୮୦ ଓ ବିପଦ ସଂକେତ ୮୭.୮୦ ରହିଥିବା ବେଳେ ଏହାକୁ ଅତିକ୍ରମ କରି ବର୍ତ୍ତମାନ ଜଳସ୍ତର ୮୮.୫୦ ମିଟର ହୋଇଛି । ଫଳରେ ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ଅତି ଜଟିଳ ହେବା ସହ ବିପଦ ମୁହାଁ ହୋଇଛି ।

ଜଗନ୍ନାଥ ସଡ଼କର କୃଷ୍ଣମୋହନପୁର ସେତୁ, ସାମ୍ପଚ ସେତୁ, ସାକୁସିଙ୍ଗା, ଉଁଆଲ ଆଦି ସ୍ଥାନର ସେତୁ ଉପରେ ୧୦ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ହରଭଙ୍ଗା-ବୌଦ୍ଧ ଲଗାତାର ଭାବେ ଦୁଇ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ହରଭଙ୍ଗା ବ୍ଲକର ତେନ୍ତୁଳିପଦର ଗାଁକୁ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗ୍ରାମବାସୀଙ୍କ ଘର ଚାରିପଟେ ପାଣି ରହିଥିବା ବେଳେ ନଦୀକୂଳିଆ ୧୦ଟି ଗ୍ରାମ ବନ୍ୟାପାଣି ଘେରରେ ରହିଥିବା ଜଣାପଡିଛି ତେବେ ୪୦ରୁ ଉର୍ଦ୍ଧ୍ବ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି ହଜାର ହଜାର ହେକ୍ଟର ଚାଷ ଜମି ଉପରେ ବନ୍ୟାପାଣି ପସି ଫସଲ ନଷ୍ଟ ହୋଇଛି ।

ଅନ୍ୟପଟେ ପ୍ରଶାସନ ତରଫରୁ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି । ସେପଟେ ବୌଦ୍ଧ ସହରରେ ମଧ୍ୟ ସ୍ଥିତି ବେହାଲ ହେବାରେ ଲାଗିଛି । ସହରରେ ଇରିଗେସନ କଲୋନୀ, ମାଳିସାହି, ରେଭେନ୍ୟୁ କଲୋନୀ ତଥା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସତର୍କ ସୂଚନା ଦେବା ସହିତ କିଛି କିଛି ସ୍ଥାନରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦେଉଥିବା ଜଣାପଡିଛି ।

   Related Posts