ବୌଦ୍ଧ ୧୩|୮: ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ କଣ୍ଟାମାଳ ବ୍ଲକରେ ବନ୍ୟା ପରିସ୍ଥିତି । ୪୧ ନମ୍ବର ଜାତୀୟ ରାଜପଥରେ ଥିବା ସମଲେଶ୍ବରୀ ନାଳ ଉପରେ ୮ରୁ ୧୦ ଫୁଟର ପାଣି ଚାଲୁଛି । ଘଣ୍ଟାପଡା, ନାରାୟଣପ୍ରସାଦ, କୁଲତାଯୋର, ଉମା, ଖମନମୁଣ୍ଡା ଆଦି ୮ଟି ପଞ୍ଚାୟତରେ ସ୍ଥିତି ସଙ୍ଗୀନ ।
{"id":143835}![](https://www.prameyanews7.com/wp-content/uploads/2019/08/vlcsnap-2019-08-13-12h24m34s119.png)
ସେହିପରି ଖଡଙ୍ଗ ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ବିଭିନ୍ନ ନାଳରେ ୭ ଫୁଟର ପାଣି ଚାଲୁଛି । ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସେହିପରି କନ୍ଧମାଳର ବାଲିଗୁଡା-ବୌଦ୍ଧ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।