ବାଲିଗୁଡାରେ ଲଗାଣ ବର୍ଷା : ରାସ୍ତା ଉପରେ ୨ ଫୁଟର ପାଣି, ଲୋକଙ୍କ ଘରେ ପସିଲା ପାଣି

Published By : Prameya-News7 Bureau | August 13, 2019 IST

ବାଲିଗୁଡା ୧୩|୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ବର୍ଷାର ବିଭୀଷିକା । ଲଗାଣ ବର୍ଷାରେ ବାଲିଗୁଡାର ସ୍ଥିତି ବେହାଲ ହୋଇ ପଡିଛି । ଜାତୀୟ ରାଜପଥ ୫୯ ଉପରେ ଦୁଇ ଫୁଟର ପାଣି ଚାଲିଛି । ଛଅ ନମ୍ବର ୱାଡର ବହୁ ଲୋକଙ୍କ ଘରେ ପାଣି ପସିଯାଇଛି ।

{"id":143783}

ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗିଯାଇଛି। ଫଳରେ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଲୋକଙ୍କ ପାଖକୁ ଏଯାଏଁ ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା କହିଛନ୍ତି ଗ୍ରାମବାସୀ । ବର୍ତ୍ତମାନ ମଧ୍ୟ ବର୍ଷା ଲାଗି ରହିଥିବାରୁ ଆଗକୁ ସ୍ଥିତି ସଙ୍ଗୀନ ହେବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.