ବୈତରଣୀ ନଦୀରେ ବନ୍ୟା ସ୍ଥିତି : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ ଜଳ
2/09/2018 at 10:59 AM

ଯାଜପୁର ୨|୯: ବୈତରଣୀ ନଦୀରେ ବନ୍ୟା ସ୍ଥିତି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ ଜଳ । ଆଖୁଆପଦା ନିକଟରେ ନଦୀର ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବର୍ତ୍ତମାନ ନଦୀର ଜଳସ୍ତର ୧୮.୧୦ ମିଟର ରହିଛି । ବନ୍ୟା ଜଳ ବଢୁଥିବାରୁ ଯାଜପୁର ଜିଲ୍ଲା ଦଶରଥପୁର, ବିଞ୍ଝାରପୁରର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରଭାବିତ ହେବା ସମ୍ଭାବନା ରହିଛି ।