ଇନ୍ଦ୍ରାବତୀ ଓ ଭସ୍କେଲ ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁଲା, ଜଳବନ୍ଦୀ ଘେରରେ ୧୨ ଗାଁ ଲୋକେ

Published By : Prameya-News7 Bureau | August 09, 2022 IST

ନବରଙ୍ଗପୁର ୦୯/୦୮: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ୫ ଟି ପଞ୍ଚାୟତର ୧୨ ଖଣ୍ଡ ଗାଁରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି । ପ୍ରଶାସନ ପକ୍ଷରୁ ୭୦ ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଷାଗୁମୁଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜିଲ୍ଲାର ଦୁଇଟି ବଡ଼ ନଦୀ ଇନ୍ଦ୍ରାବତୀ ଓ ଭସ୍କେଲ ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁଛି । ଏହାଦ୍ୱାରା କୋଷାଗୁମୁଡ଼ା ବ୍ଲକର ପଞ୍ଚୟତ ଉକିଆପାଲି, ବିଞ୍ଜିଲି, ସାନଆମ୍ବଡା, ଚିରମା ଏହି ୫ଟି ପଞ୍ଚାୟତର ୧୨ ଟି ଗାଁ ମୁଣ୍ଡ ପର୍ଯ୍ୟନ୍ତ ବନ୍ୟାଜଳ ଉଙ୍କି ମାରୁଛି ।

ଏବେବି ବର୍ଷା ଲାଗି ରହିଛି, ଯାହା ଫଳରେ ଏହି ୫ଟି ପଞ୍ଚାୟତର ୧୨ ଟି ଗାଁ ଜଳବନ୍ଦୀ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ଚୁରାହାଣ୍ଡି ଗାଁର ୩୦ ଲୋକ ଓ ଘାଟବାସୁଲି ଗାଁର ୪୦ ଜଣ ବୁଢ଼ାବୁଢ଼ୀ ମାନଙ୍କୁ ଆଣି ବରଗାଁ ହାଇସ୍କୁଲରେ ରଖାଯାଇଛି । ଆବଶ୍ୟକ ପଦକ୍ଷେପ ସହ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.