oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିମିଳିପାଳରେ ପ୍ରବଳ ବର୍ଷା: ପୋଲ ଉପରେ ୩ ଫୁଟ ପାଣି, ୫ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ

15/08/2022 at 9:02 AM

କରଞ୍ଜିଆ ୧୫/୦୮: କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ମୟୁରଭଞ୍ଜ ଜିଲ୍ଲାରେ ଲାଗିରହିଛି । ଵିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳରୁ ବାହାରିଥିବା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି ।

ବର୍ଷା ପ୍ରଭାବରେ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଦୁଧିଆଣି ଗ୍ରାମ ପଞ୍ଚାୟତର ୫ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ରଙ୍ଗାମାଟିଆ ନିକଟରେ ଥିବା ପୋଲ ଉପରେ ୩ ଫୁଟ ଉପରେ ପାଣି ଚାଲୁଥିବାରୁ ଜଳବନ୍ଦୀ ହେଇଛନ୍ତି ଶହ ଶହ ଲୋକ । ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

ଗତକାଲି ଠାରୁ ଶହ ଶହ ଲୋକେ ଜଳବନ୍ଦୀ ଥିବା ସୂଚନା ମିଳିଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ସେମାନେ କିପରି ପରିସ୍ଥିତିରେ ଅଛନ୍ତି କାହାରି ପାଖରେ ଖବର ନାହିଁ,ରାମଯୋଡି, ବାରାକାମଡା, କଦଳୀବାଡ଼ି, ଜଲଦା, ଦୁଧିଆଣି, ପାହାଡ଼ପୁର, ରାଣୀଭୋଳ ପ୍ରଭୁତି ଗାଁ ଜଳବନ୍ଦୀ ଥିବାର ସୂଚନା ମିଳିଛି ।

   Related Posts