ହରିପୁର ଓ ମଣିଜଙ୍ଗାରେ ପଶିଲା ବନ୍ୟାଜଳ, ବାସହରା ୫୦ ରୁ ଅଧିକ ପରିବାର

Published By : Prameya-News7 Bureau | August 15, 2022 IST

ଜଗତସିଂହପୁର ୧୫/୦୮: ଜଗତସିଂହପୁର ଜିଲ୍ଲାରେ ବର୍ଷାର ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଜିଲା ଦେଇ ପ୍ରବାହିତ ଦେବୀ ନଦୀ ଓ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇ ଚାଲିଥିବାର ଦେଖା ଯାଇଛି । ଦେବୀ ନଦୀର ଭଣ୍ଡି ସାହି ଓ ତୁମ୍ବେଶ୍ଵର ନିକଟରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ଏଠାରେ ଜଳ ସଂପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ ଅଧିକ ବାଲିବସ୍ତା ମଧ୍ୟ ମହଜୁତ ରଖାଯାଇଛି ।

ସେହିପରି ମହାନଦୀରେ ମଧ୍ୟ ବନ୍ୟା ଜଳ ବୃଦ୍ଧି ପାଇବା ଫଳରେ ଜିଲାର ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ନଦୀ ଅଵହିକାରେ ଥିବା ୨୦ରୁ ଉର୍ଦ୍ଧ୍ୱ ଗାଁର ଲୋକେ ଆଶଙ୍କା ଭିତରେ ରହିଛନ୍ତି । କୁଜଙ୍ଗ ବ୍ଲକର ହରିପୁର ଗାଁରେ ଗତକାଲି ରାତିରେ ବନ୍ୟା ଜଳ ପଶିବା ଯୋଗୁ ୫୦ରୁ ଉର୍ଦ୍ଧ୍ୱ ପରିବାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛନ୍ତି ।

ସେହିପରି ତିର୍ତ୍ତୋଲ ବ୍ଲକ ର ମଣିଜଙ୍ଗା ଗାଁରେ ମଧ୍ୟ ବନ୍ୟା ଜଳ ପ୍ରେବେଶ କରିଛି । ମଣିଜଙ୍ଗା-ପାଳନ୍ଦା-ତାର୍ତ୍ତୋଲ ରାସ୍ତାରେ ପ୍ରାୟ ତିନି ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । ଆରପଟେ ବନ୍ୟା ସ୍ଥିତିକୁ ନଜର ରେ ରଖି ଜିଲା ପ୍ରଶାସନ ପକ୍ଷରୁ ଗତକାଲି ଜରୁରୀ ବୈଠକ ଡକାଯାଇ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.