ରାସ୍ତାରେ ଚାଲୁଛି ବନ୍ୟାଜଳ, ହଜାର ହଜାର ଚାଷଜମି ଜଳମଗ୍ନ

Published By : Prameya-News7 Bureau | August 15, 2022 IST

ବାଙ୍କୀ ୧୫/୦୮: ବାଙ୍କୀ ବନ୍ୟା ଆଜିହେଉଛି ଦୁଇଦିନ । ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ନେଇ ମହାନଦୀ ରେ ଦେଖାଦେଇଛି ପ୍ରଳୟଙ୍କରୀ ବନ୍ୟା । ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ । ରାସ୍ତାରେ ବନ୍ୟା ଜଳ ପ୍ରବାହିତ । ଯୋଗଯୋଗ ବିଛିନ୍ନ । ପ୍ରଶାସନ ସଜାଗ । ଆବଶ୍ୟକ ପଡିଲେ ବନ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କୁ କରାଯିବ ସ୍ଥାନାନ୍ତର ସହ ଯୋଗାଇ ଦିଆଯିବ ରନ୍ଧା ଖାଦ୍ୟ ବୋଲି ସୂଚନା ।

କିଛି ସ୍ଥାନର ବୋଟ ଆଉ ଡଙ୍ଗାର ବ୍ୟବସ୍ଥା କରାଯାଇଛି । ହଜାର ହଜାର ଏକର ଚାଷ ଜମି ଜଳମଗ୍ନ । ଚାଷୀ ଓ ଚାଷ ପ୍ରଭାବିତ । ଏବେ ସୁଦ୍ଧା କୌଣସି ଗ୍ରମରେ ପଶିନି ବନ୍ୟା ଜଳ । କେବଳ ଗ୍ରାମକୁ ସଂଜୋଗ କରୁଥିବା ମୂଖ୍ୟ ରାସ୍ତାର ବନ୍ୟା ଜଳ ପ୍ରବାହିତ । ବାଙ୍କୀର ହୁଳୁହୁଳା ପୋଲ ଉପରେ ୧୦ ଫୁଟ, ଆନନ୍ଦପୁର ଓସ୍ତିଆ ମୂଖ୍ୟ ରାସ୍ତାର ୪ ଫୁଟ, ତାଳବସ୍ତର ବିଲିପଡ଼। ରାସ୍ତାରେ ୪ ଫୁଟ, ଶୁଖୁଆଖଳା ୩ ଫୁଟ, ବାଙ୍କୀରୁ ବୈଦେଶ୍ୱର ନିକଟ ଚନ୍ଦ୍ରପା ସେତୁ ଉପରେ ୩ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

ମହାନଦୀ ବଢ଼ିବାରେ ଲାଗିଛି । ଆଗକୁ ଏହିଭଳି ବଢ଼ି ପାଣି ଆସିଲେ ଅନେକ ଗ୍ରାମ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବା ସହ ଗ୍ରାମ ଭିତରେ ପାଣି ପଶିବା ନେଇ ଭୟ ଓ ଆଶଙ୍କାରେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.