ସୁବର୍ଣ୍ଣରେଖା ନଦୀରେ ପୁଣି ବନ୍ୟା ଆଶଙ୍କା, ସତର୍କ ସଂକେତ ଉପରେ ଜଳସ୍ତର

Published By : Prameya-News7 Bureau | September 24, 2021 IST

ଜଳେଶ୍ବର ୨୪।୯: ସୁବର୍ଣ୍ଣରେଖା ନଦୀରେ ପୁଣି ବନ୍ୟା ଆଶଙ୍କା । ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଝାଡଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତ ଦୁଇ ଦିନରେ ପର୍ଯ୍ୟାୟ କ୍ରମେ ୧୧ ହଜାର ୩ ଶହ  କ୍ୟୁସେକ୍ ପାଣି ନିଷ୍କାସନ କରାଯିବା ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା ।

{"id":516739,"width":754,"height":415,"sizeSlug":"full","linkDestination":"none"}

ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ସତର୍କ ସଂକେତ ୯,୪୫ ମିଟର ଥିବାବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୩୦ ମିଟର ଉପରେ ପ୍ରବାହିତ ହେବାରେ ଲାଗିଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ବର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଅନେକ ପଂଚାୟତରେ ପାଣି ପଶିଥିବାରୁ ଦେଖିବାକୁ  ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.