ବୈତରଣୀ ଓ ସାଳନ୍ଦୀ ନଦୀରେ ବଢୁଛି ଜଳସ୍ତର, ଚିନ୍ତାରେ ତଳିଆ ଅଞ୍ଚଳବାସୀ

Published By : Prameya-News7 Bureau | August 15, 2022 IST

ଭଦ୍ରକ ୧୫।୦୮: ଲଗାଣ ବର୍ଷା ଓ ଉପର ମୁଣ୍ଡରେ ବର୍ଷା ଲାଗି ବଢୁଛି ନଦୀର ଜଳସ୍ତର । ଭଦ୍ରକରେ  ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବଢିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ଏବେ ଚିନ୍ତାରେ । ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ସକାଳ ୫ଟା ୧୮.୫୭ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ବୈତରଣୀ ନଦୀର ବନ୍ୟାଜଳ କଣ୍ଟିଘାଇ ଦେଇ ବାହାରକୁ ବାହାରିଛି । ଭଣ୍ଡାରିପୋଖରୀ ବ୍ଲକର ରହଣିଆ, ମାଲଦା , ଷୋଳମପୁର, ନପଙ୍ଗ, କୁରିଗାଁ ପଞ୍ଚାୟତବାସୀ ପ୍ରଭାବିତ ହୋଇଛନ୍ତି । ବନ୍ୟାଜଳ ଚାଷ ଜମି ଓ ବିଭିନ୍ନ ଗାଁକୁ ରାସ୍ତାକୁ ବୁଡାଇଛି । ପ୍ରାୟ ୫୦ଟି ଗାଁ ଜଳବନ୍ଦୀ ହେବାର ସମ୍ଭାବନା ରହିଛି ।

ସେହିପରି ଭଦ୍ରକ ସହର ଦେଇ ପ୍ରବାହିତ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ଉପର ମୁଣ୍ଡରେ ଥିବା ହଦଗଡ଼ ଡ୍ୟାମ୍‌ରୁ ୩ଟି ଗେଟ୍‌ ଦେଇ ୨୪୦୦ କ୍ୟୁସେକ୍‌ ଜଳ ସାଳନ୍ଦୀ ନଦୀକୁ ଛଡାଯାଉଛି । ଯାହାଫଳରେ ଜଳସ୍ତର ବଢିଚାଲିଛି । ତେବେ ଧାମନଗର ବ୍ଲକର ମଲିମାହାରା ଦେଇ ବନ୍ୟାଜଳ ଜନବସତିକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.